
୨୩ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ୧୦୦% ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ ଇନ୍କ୍ଲୁଜନ୍ ଲିମିଟେଡ୍ (ବିଏଫ୍ଆଇଏଲ୍) ପକ୍ଷରୁ ଓଡ଼ଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଉପସ୍ଥିତିରେ ଓଡ଼ିଶାରେ ଗ୍ରାହକ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଆର୍ଥିକ ଉତ୍ପାଦ ବିଷୟରେ ସଚେତନତା ସୃଷ୍ଟି କରିବା, ସୁରକ୍ଷିତ ଭାବେ ଆର୍ଥିକ କାରବାର କରିବା, ଆର୍ଥିକ ଠକେଇକୁ ଏଡ଼ାଇବା ଓ ଛୋଟ ଆକାରର ଭିଡିଓ ଜରିଆରେ ସାମଗ୍ରିକ ଆର୍ଥିକ କଲ୍ୟାଣ ହାସଲ କରିବା । ଏହି ଅଭିଯାନରେ ପାଂଚଟି ଆନିମେଟେଡ୍ ଭିଡିଓ ରହିଛି ଯେଉଁଥିରେ ‘ଭାରତୀ ଦିଦି’ ନାମକ କାଳ୍ପନିକ ଚରିତ୍ର ରହିଛି ଏବଂ ଦୁଇଟି ସ୍ୱାଧୀନ ଭିଡିଓ ରହିଛି ଯେଉଁଥିରେ ରାମାୟଣର ଅଭିନେତା ଅରୁଣ ଗୋଭିଲ ଅଭିନୟ କରିଛି । ଭାରତ ଦିନି ଓ ଅରୁଣ ଗୋଭିଲ୍ ଗ୍ରାହକମାନଙ୍କୁ ଆର୍ଥିକ ବିଷୟର ଗୁରୁତ୍ୱ ବିଷୟରେ ବୁଝାଉଛନ୍ତି ଯାହା ସେମାନଙ୍କୁ ସଂଚୟ ବଢ଼ଶଇବା ଏବଂ ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି) ଓ ରିକରିଂ ଡିପୋଜିଟ୍ (ଆର୍ଡି) ଭଳି ଅନ୍ୟାନ୍ୟ ନିବେଶ ଉତ୍ପାଦ ବିଷୟରେ ପରାମର୍ଶ ଦେଉଥିବା ବେଳେ ସୁରକ୍ଷିତ ଭାବେ ନଗଦ ରାଶି ଉଠାଣ ଏବଂ ବାୟୋ- ସତ୍ୟାପିତ ଠକେଇକୁ ଏଡ଼ାଇବା ଉପରେ ଆଲୋକପାତ କରିଛନ୍ତି ।

