ପୁରୁଣା କାଚରାମାଳ ଗ୍ରାମର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) କଟକ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ଛକ ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମର ପୁରୀ ମୁଖ୍ୟ ନାଳ ବ୍ରିଜ ନିକଟରେ ଥିବା ହନୁମାନ ବିଗ୍ରହଙ୍କ ବାର୍ଷିକ ଉତ୍ସବର ହୋମ ଯଞ ମଙ୍ଗଳବାର ସକାଳୁ ଆରମ୍ଭ ହୋଇ ସନ୍ଧ୍ୟାରେ ଉଦଯାପିତ ହୋଇଥିଲା । ଏହି ଉତ୍ସବରେ ହୃଷିକେଶ ସାହୁ କର୍ତ୍ତା ଏବଂ ତାଙ୍କ ସହଧର୍ମୀଣି କର୍ତ୍ତୀ ହୋଇ ଯଞରେ ବସିଥିଲେ । ହୋମ ଯଞ ଶେଷ ହେବା ପରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।ସଚିତ୍ର ସାହୁ , ସରୋଜ ସାହୁ ଏହି କାର୍ଯ୍ୟକୁ ପରିଚାଳନା କରିଥିଲାବେଳେ, ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ଭକ୍ତବନ୍ଧୁ ବରାଳ, ସଂପାଦକ ସୁକାନ୍ତ ଭୋଇ ଉପସ୍ଥିତ ରହି ବାର୍ଷିକ ଉତ୍ସବ କାର୍ଯ୍ୟକୁ ତଦାରଖ କରିଥିଲେ । ଗ୍ରାମର ସମସ୍ତ ଯୁବକ ଏବଂ ପିଲାମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ଆୟୋଜିତ ଉତ୍ସବରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Exit mobile version