Home ଓଡ଼ିଶା ଓଡ଼ିଆ ପୁଅ ଆନ୍ଧ୍ରରେ ଓଡିଶାର ଟେକ ରଖିଲେ, ଆନ୍ଧ୍ର ବୋର୍ଡ ପରୀକ୍ଷାରେ ଦେଖାଇଲେ କମାଲ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୩ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ପାରଳାଖେମୁଣ୍ଡି :- ଓଡିଶାର ଗଞ୍ଜାମ ଜିଲ୍ଲାର ପ୍ରକୃତ ବାସିନ୍ଦା ବର୍ତ୍ତମାନ ପ୍ରବାସୀ ଓଡ଼ିଆ ଭାବେ ଆନ୍ଧ୍ରର ବିଚ୍ଛିନ୍ନl ଅଞ୍ଚଳରେ ରହି ଓଡିଆ ଭାଷାରେ ମାଟ୍ରିକ ପରୀକ୍ଷା ଦେଇ ଓଡିଶାର ମାନ ସମ୍ମାନ ଏବଂ ଓଡିଶାର ଟେକକୁ ଆନ୍ଧ୍ର ପ୍ରଦେଶରେ ଦର୍ଶନ କରି ବେଶ ପ୍ରଶଂସିତ ହୋଇପାରିଛନ୍ତି. ଆନ୍ଧ୍ର ବୋର୍ଡ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାରୀ କରି ନିଜର କମାଲ ଦେଖାଇବ ସହ ଓଡିଶା ପୁଅର ସମ୍ମାନ ଆନ୍ଧ୍ରରେ ବୃଦ୍ଧି କରିପାରିଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ସୀମାନ୍ତ ତଥା ପାରଳାଖେମୁଣ୍ଡି ଠାରୁ ମାତ୍ର 3 କିମି ଦୂର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ର ଜଣେ ପ୍ରବାସୀ ଓଡ଼ିଆଙ୍କ ପୁଅ ମିଟୁ ଆନ୍ଧ୍ର ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ସାଜିଛନ୍ତି | ପାରଳାଖେମୁଣ୍ଡି ଠାରୁ ମାତ୍ର 3 କିମି ଦୂର ପୁରୁଣା ପାଟଣା ଗ୍ରାମ ରେ ମେକାନିକ କାର୍ଯ୍ୟ କରି ନିଜ ପରିବାର ପୋଷଣ କରୁଥିବା ଦୁର୍ଗା ମହାପାତ୍ର ଙ୍କ ପୁଅ ମିଟୁ ମହାପାତ୍ର 99%ମାର୍କ ରଖି ଆନ୍ଦ୍ର ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ ହୋଇଥିବା ବେଳେ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଓ ଶ୍ରୀକାକୁଲମ ଜିଲ୍ଲାରେ ପ୍ରଥମ ସ୍ଥାନ ପାଇଛନ୍ତି | ଏହି ରିଜଲ୍ଟ ପ୍ରକାଶ ପାଇବା ପରେ ନିଜ ପରିବାର ତଥା ଆନ୍ଧ୍ରରେ ରହୁଥିବା ଓଡ଼ିଆ ସମାଜ, ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ମିଟୁକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରି ଆନ୍ଧ୍ରର ବିଛିର୍ନାରେ ରହି ଓଡିଆ ଭାଷାରେ ପାଠ ପଢି ଓଡ଼ିଆ ପୁଅର ଟେକ ରଖି ରଖିଥିବାରୁ ଆନ୍ଧ୍ରରେ ଓଡିଆ ମାନଙ୍କ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇ ପାରିଛି ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ପ୍ରକାଶ କରାଯାଇଛି | ଦୃଢ଼ତା ଓ ଏକାଗ୍ରତା ତଥା ନୁଜ ର କୋଠର ଇଛା ବଳରେ ସେ ଏହି କୃତିତ୍ୱ ପାଇଥିବା ମିଟୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି | ଭବିଷ୍ୟତ ରେ ସେ ଜଣେ ଆଇ ପି ଏସ ଅଫିସର ହେବାର ସ୍ବପ୍ନ ଦେଖିଛନ୍ତି | ଏଠାରେ ଉଲ୍ଲେଖଯୋଗ୍ୟଯେ ମିଟୁଙ୍କ ପିତା ପ୍ରକୃତରେ ଓଡିଶାର ଗଞ୍ଜାମ ଜିଲ୍ଲାର ବାସିନ୍ଦା ଅଟନ୍ତି. ହେଲେ ବହୁ ବର୍ଷ ହେଲା ପେଟ ପାଟଣା ପାଇଁ ପରିବାର ପରିପୋଷଣ ପାଇଁ ଓଡ଼ିଶାର ବିଛିର୍ନା ଅଞ୍ଚଳ ତଥା ଆନ୍ଧ୍ରର ପୁରୁଣାପାଟଣା ଗ୍ରାମରେ ରହି ମେକାନିକାଲ ଭାବେ କାର୍ଯ୍ୟ କରି ଆସୁଛନ୍ତି. ତାଙ୍କ ପରିବାରର ବୋଝ ସମ୍ଭାଳିବା ସହ ଆର୍ଥିକ ଅଭାବ ସତ୍ୱେ ନିଜ ପୁଅ ମିଟୁ କୁ ଦକ୍ଷତାର ପାଠ ପଢ଼ାଇ ଦୁର୍ଗା ମହାପାତ୍ର ଜଣେ ସଫଳ ଓଡିଆ ବାପାର ପ୍ରକୃତ ପରିଚୟ ଦେବା ସହ ଆନ୍ଧ୍ରରେ ଓଡିଶା ତଥା ଓଡ଼ିଆ ପୁଅଙ୍କ ଟେକ ରଖି ପାରିଛନ୍ତି Categories: ଓଡ଼ିଶା, ଗଜପତି, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026