ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସର ବିଶାଖାପାଟଣାସ୍ଥିତ ଆରଖୁ ଭ୍ୟାଲି ଯାତ୍ରା

ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଖୋର୍ଦ୍ଧା-ଜଟଣୀ  :- ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ୪୮ତମ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ନେତୃବୃନ୍ଦ ଓ କର୍ମୀ ମାନେ ଆଜି ଇଣ୍ଟରସିଟୀ ଏକ୍ସପ୍ରେସ ରେ ଆନ୍ଦ୍ରପ୍ରଦେଶ ଅନ୍ତର୍ଗତ ବିଶାଖାପାଟଣା ନିକଟସ୍ତ ଆରଖୁ ଭ୍ୟାଲି ଗ୍ରସ୍ଥ କରିଛନ୍ତି ।ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ୧୫ଟି ବ୍ରାଞ୍ଚର ସମ୍ପାଦକ,ସଭାପତି, କେନ୍ଦ୍ରୀୟ ପଦାଧିକାରୀ ସମେତ ୨୦୦ରୁ ଉର୍ଦ୍ଧ କର୍ମୀ ମାନେ ଆଜି ଭୁବନେଶ୍ୱର ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସରେ ସଂଯୋଗ ହୋଇଥିବା ଦୁଇଟି ଶୀତତାପ ନିୟନ୍ତ୍ରିତ ବୋଗୀ ରେ ଯାତ୍ରା ଆରମ୍ଭ କରିଛନ୍ତି ।ଏଥିରେ ବିଶାଖାପାଟଣା ଓ ସମ୍ବଲପୁର ମଣ୍ଡଳର ଶ୍ରମିକ କଂଗ୍ରେସର ନେତୃବୃନ୍ଦ ମଧ୍ୟ ଯୋଗଦେବେ। ଆସନ୍ତା କାଲି ୨୪ ତାରିଖ ବୁଧୁବାର ଓ ଗୁରୁବାର ଦୁଇଦିନ ଧରି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ,ବିଶେଷ କରି ନୂତନ ପେନସନ ରଦ୍ଧ ସହିତ ପୁରୁଣା ପେନସନ ଲାଗୁ, ଟିଟି ରେଷ୍ଟ୍ ରୁମ୍ ମାନଙ୍କରେ ରେଳ ବୋର୍ଡ ୨୦୧୮ ନିଷ୍ପତି ଅନୁଯାୟୀ ଏସି ସଂଯୋଗ ଓ ରୋଷେଇ ଘର ସହିତ ରୋଷେଇ ବ୍ୟବସ୍ଥା, ରନିଙ୍ଗ ଷ୍ଟାଫ୍ ମାନଙ୍କ ପାଇଁ ସର୍ବନିମ୍ନ କିଲୋମିଟର ବ୍ୟବସ୍ଥା,ଟ୍ରାକ ମ୍ୟାନ ଓ ମେଡିକାଲ ସେବକ ମାନଙ୍କୁ ବିଭାଗୀୟ ପଦର୍ଣତି ପରୀକ୍ଷା ଦେବାପାଇଁ ଅନୁମତି ପ୍ରଦାନ,୨୦୧୪ରୁ ଅର୍ବାନ ବ୍ୟାଙ୍କର ବନ୍ଦ୍ ପଡ଼ିଥିବା ଲାଭାଂଶ ରିଜର୍ଭ ବ୍ୟାଙ୍କରୁ ସୁଧ ପାଇଥିବାରୁ ସମସ୍ତ ଅଂଶୀଦାର ଯେମିତି କି ମୃତ,ଅବସର ଓ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସୁଧ ସହ ଲାଭାଂଶ ପ୍ରଦାନ ଭଳି ୧୮ ଦଫା ଦାବି ସମ୍ବଳିତ କାର୍ଯ୍ୟସୂଚୀ ଉପରେ ଆଲୋଚନା ହେବ ବୋଲି ମିଡ଼ିଆ ସେଲର ମୁଖ୍ୟ ତଥା ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି ।

 

Exit mobile version