ବାହାଡ଼ ଝୋଲା ରେ ମା ମହାଲକ୍ଷ୍ମୀ ଙ୍କ ବାର୍ଷିକ ଉତ୍ସବ

ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ନୂଆଗାଁ  :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ ଝୋଲା ଠାରେ ଦଧିବାମନ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ମା ମହାଲକ୍ଷ୍ମୀ ଙ୍କ ବାର୍ଷିକ ଉତ୍ସବ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା ମହାଲକ୍ଷ୍ମୀ ଙ୍କ ବାର୍ଷିକ ଉତ୍ସବ ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ର ମହତ୍ତ୍ଵ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ମୁରଲୀ ଧର ଜେନା,ସୁଶାନ୍ତ କୁମାର ପଢ଼ିଆରୀ,ତ୍ରିନାଥ ସ୍ୱାଇଁ,ବିମଳ ଲୋଚନ ପଟ୍ଟନାୟକ ଙ୍କ ସମେତ ମନ୍ଦିର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Exit mobile version