ଚିଳିକା ଜୀବନ ରକ୍ଷାକାରୀ ସରଞ୍ଜାମ ବିତରଣ ଉତ୍ସବରେ ଯୋଗ ଦେଲେ : ବାଣିଜ୍ୟ ଓ ପରିବହନ – ମନ୍ତ୍ରୀ ଟୁକୁନି ସାହୁ

ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ବାଲୁଗାଁ :- ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଚିଲିକାଗସ୍ତ କରିଛନ୍ତି । ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ବେହେରା ଏବଂ ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।  ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବଡ଼କୁଳ ପାନ୍ଥନିବାସଠାରେ ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନ୍ତର୍ଗତ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଜୀବନ ରକ୍ଷାକାରି ସରଞ୍ଜାମ ବିତରଣ ଉତ୍ସବ ଆୟୋଜିତ କରାଯାଇଥିଲା ।ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଚିଲିକାରେ ଦୈନନ୍ଦିନ ନୌଯାତ୍ରା ସମୟରେ ନୌଚାଳକ ଓ ଯାତ୍ରୀଙ୍କୁ ସଚେତନତା କରିବା ସହ ବିଭିନ୍ନ ଜୀବନ ରକ୍ଷାକାରୀ ଉପକରଣ ତଥା ଲାଇଫବୟ, ଲାଇଫ ଜ୍ୟାକେଟ୍, ଅଗ୍ନି ନିର୍ବାପକ ଯନ୍ତ୍ର ଶ୍ରୀମତୀ ସାହୁ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ପର୍ଯ୍ୟାୟ କ୍ରମେ ବାଲୁଗାଁ ଓ ବଡ଼କୁଳସ୍ଥିତ ତିନୋଟି ମୋଟର ବୋଟ ଆସୋସିଏସନକୁ ୭,୦୦୦ ଲାଇଫବୟ, ୩୫,୦୦୦ ଲାଇଫ ଜ୍ୟାକେଟ୍ ଓ ୧୫୯୫ ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇଦେବାକୁ ଥିବାବେଳେ ଆଜି ୨୭୬ ଜଣ ଡଙ୍ଗା ମାଲିକଙ୍କୁ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ମା’ କାଳିଜାଇ ଦର୍ଶନ କରିବାକୁ ଯାଇଥିବା ବେଳେ ମଧ୍ୟାହ୍ନ ଭୋଜନ ସାରି ଭୁବନେଶ୍ୱରଗସ୍ତ କରିବା ନେଇ ଓଟିଡିସି କର୍ତ୍ତୃପକ୍ଷ ସବ୍ୟସାଚୀ କର ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ଥିଲେ ।

 

 

 

 

 

 

Exit mobile version