୨୩ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ନୂଆଗାଁ :- ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା , ଦଶ ପଇସାର ଅଜା ଦାସିଆ ଅଜାଙ୍କ ଦ୍ବାରା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଉଦୟପୁର ଠାରେ ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ପରିଦର୍ଶନ କରି ଏବଂ ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ଖୁବ୍ ଖୁସି ପ୍ରକଟ କରିଛନ୍ତି ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ।
ଦେଶ ବିଦେଶର ସହ ସହ ପୁରାତନ ବିରଳ କଳାକୃତି, ପ୍ରାଚୀନ ତାଳପତ୍ର ପୋଥି ଓ ଲକ୍ଷାଧିକ ପୁସ୍ତକ ସମ୍ଭାରକୁ ଦେଖି ବିସ୍ମୟ ହୋଇ ପଡ଼ିଥିଲେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ । ଦାସିଆ ଅଜାଙ୍କ ନାତି ତଥା ପାଠାଗାର ଆନ୍ଦୋଳନର ସମ୍ପାଦକ ଦୀପକ ପଟ୍ଟନାୟକ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପାଠାଗାର ସଂଗ୍ରହାଳୟରେ ସଂଗୃହିତ ସମସ୍ତ କଳା କୃତି ସାମଗ୍ରୀ ସମ୍ପର୍କେ ତଥ୍ୟ ପ୍ରଦାନ କରୁଥିଲେ ।

