ମୋହନା : ନାବାଳିକା ଅପହରଣ ଅଭିଯୋଗେ ଯୁବକ ଗିରଫ

 ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର,ଉଦୟଗିରି :- ମୋହନା ଥାନା ଅଞ୍ଚଳର ଜଣେ କଲେଜ ପଢୁଆ ନାବାଳିକା ଛାତ୍ରୀଙ୍କୁ ଅପହରଣ ଏବଂ ବଳକାର ଅଭିଯୋଗରେ ପୁଲିସ ଜଣେ ବିବାହିତ ଯୁବକ ଅଡବା ଥାନା ଅନ୍ତର୍ଗତ କାଟ୍ରାକା ଗ୍ରାମର ସାମନ୍ତ ନାୟକ(୨୭) ଗିରଫ କରିଛି । ଅଭିଯୁକ୍ତର ଏକ ସନ୍ତନ ଥିବା ସୁଚନା ମିଳିଛି । ଯୁବକଙ୍କ ସହ ନାବାଳିକା ଛାତ୍ରୀ ସହ ପ୍ରେମ ସମ୍ପର୍କ ରହିଥିଲା । ନାବିଳିକିକୁ କଲେଜରେ ପଢିବା ପାଇଁ ଯୁବକ ନାମ ଲେଖାଇ ଓ ଆଥିକ ସହିୟତା କରିଥିଲେ । ପରେ ୨୦୨୨ ଜୁନ ୨୧ ତାରିଖରେ ଯୁବକ ଜଣକ ସମ୍ପକ୍ତ ନାବାଳିକା ନେଇ ପ୍ରଥମେ ଉତ୍ତରପ୍ରଦେଶ, ମୁମ୍ବାଇ ଏବଂ ତେଲେଙ୍ଗାନାକୁ ନେଇ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳକାର କରିଥିଲା।ପରେ ନାବାଳିକା ଗର୍ଭବତୀ ହେବାପରେ ଗର୍ଭପାତ ମଧ୍ୟ କରାଇଥିଲା । ଅନ୍ୟପଟେ ନାବାଳିକା ନିଖୋଜ ଥିବା ନେଇ ଘର ଲୋକେ ମୋହନା ଥାନାରେ ଲିଖିତ ଆଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ମଧ୍ୟ ଚଳାଇଥିଲା । ଗତ ମାର୍ଚ ମାସରେ ଯକ୍ତଦୁଇ ପରୀକ୍ଷା ଦେବାକୁ ନାବାଳିକା ମୋହନା ଆସିଥିବା ବେଳେ ତାକୁ ପୁଲିସ ଉଦ୍ଧାର କରବା କରିବା ସହ ପଚରାଉଚରା କରିଥିଲା । ଫଳରେ ସମସ୍ତ ଘଟଣା ଜଣାପଡିଥିଲା । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଧରିବାକୁ ତାର ଫୋନ ନମ୍ବର ଟ୍ରାକ୍ କଲା ବେଳେ ସେ ମୋହନା ଅଞ୍ଚଳରେ ଥିବା ଜଣାପଡିଲା । କିନ୍ତୁ ଚଢାଉ ବେଳେ ଦୁଇ ଦୁଇ ଥର ଅଭିଯୁକ୍ତ ଯୁବକ ପୁଲିସକୁ ଚଖମା ଦେଇ ଖସିଯାଇଥିଲା । ରବିବାର ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠିଙ୍କ ନେତୃତ୍ବରେ ଏକ ଟିମ୍ କର୍ଚବାଡି ଗ୍ରାମରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲଣ କରାଯାଇଥିବା ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Exit mobile version