ମାଟ୍ରିକ ପରୀକ୍ଷାରେ ଟପ୍ପର ମାନଙ୍କୁ ସମ୍ବର୍ଦ୍ଧନା କଲେ ସମାଜ ସେବୀ ଇଂଜିନିୟର ପ୍ରସନ୍ନ କୁମାର ମଲ୍ଲିକ

୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ନିଆଳି :- ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଥିବା କଟକ ଜିଲ୍ଲା ଅନ୍ତର୍ଗତ ବାରଙ୍ଗ ବ୍ଲକ୍ ଖଲର୍ଦା ଗ୍ରାମ ପଞ୍ଚାୟତ ସିଘଳ ଗ୍ରାମ ର ଶ୍ରୀନିବାସ ମହାପାତ୍ରଙ୍କ ଝିଅ ମନିସ୍ମିତା ମହାପାତ୍ର ଏବଂ କଣ୍ଟାପଡ଼ା ବ୍ଲକ୍ ବଡଝରିଲୋ ଗ୍ରାମ ର ସନ୍ତୋଷ ସାହୁ ଙ୍କ ପୁଅ ସଂକଳ୍ପ ସାହୁ ସମେତ ନିଆଳି ବ୍ଳକ କସର୍ଦା ଗ୍ରାମ ପଞ୍ଚାୟତ ର ସୁରେନ୍ଦ୍ର ପୁହାଣ ଙ୍କ ଝିଅ ସ୍ରୁଶ୍ରୀ ସସ୍ମିତା ପୁହାଣ ଦଶମ ବୋଡ ପରୀକ୍ଷା ରେ ଟପର ହୋଇଥିବା ରୁ ସମାଜ ସେବୀ ଇଂ ପ୍ରସନ୍ନ କୁମାର ମଲ୍ଲିକ ସେମାନଙ୍କର କୃତିତ୍ୱ ପାଇଁ ପୁଷ୍ପ ଗୁଚ୍ଛ ସମେତ ଏକ ପ୍ୟାକେଟ ମିଠା ପ୍ରଦାନ କରି ସମ୍ବର୍ଦ୍ଧନା କରିଛନ୍ତି. ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିବା ଟପ୍ପର ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ା କ୍ଷେତ୍ର ରେ ଇଂଜିନିୟର ଶ୍ରୀଯୁକ୍ତ ମଲ୍ଲିକ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କହିଥିଲେ . ସମାଜ ସେବୀ ଇଂଜିନିୟର ପ୍ରସନ୍ନ କୁମାର ମଲ୍ଲିକ ଙ୍କ ଏତା ଦୃଷ୍ୟ ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲ ରୁ ସ୍ବାଗତ କରାଯାଇଛି.

Exit mobile version