ବିରଳ ପାଟମୂଷା ଉଦ୍ଧାର : ମଲିକ ଗିରଫ

୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଳକର ଲୁହାଗୁଡି ଛକରେ ଥିବା ଏକ ହୋଟେଲରୁ ବିରଳ ପ୍ରଜିତିର ମୂଷାକୁ ବନ୍ୟାପ୍ରାଣୀ ବିଭାଗ ଉଦ୍ଧାର କରାଛି । ଚନ୍ଦ୍ରଗିରି ବନ ବିଭାଗର ସ୍ବତନ୍ତ ଟିମ୍ ଚଢାଉ କରି ଇଣ୍ଡିଆନ ରେଡ ସ୍କରେଇ ବା ବିରଳ ପ୍ରଜାପତି ଜଙ୍ଗଲି ପାଟ ମୂଷା ଉଦ୍ଧାର କରିଛି । ଏଥିସହ ବେଇଇନି ଭାବେ ଏହି ମୂଷା ରଖିଥିବା ଅଭିଯୋଗରେ ହୋଟଲ ମିଳିକକୁ ଅଟକ ରଖି ଅଧିକ ପଚରା ଉଚରା କରାଯାଇଛି । ପାରଳାଖେମଣ୍ଡ ବନଖଣ୍ଡ ଅଧିକାରୀ ଏସ, ଆନନ୍ଦଙ୍କ ନିର୍ଦେଶ କ୍ରମେ ଏସିଏଫ ଅଶୋକ କୁମାର ବେହେରାଙ୍କ ନେତୃତ୍ବରେ ଚନ୍ଦ୍ରଗିରି, ଚାନ୍ଦିପୁଟ ଓ ପୁଡାମାରି ବନାଞ୍ଚଳର ସ୍ବତନ୍ତ ଟିମ୍ ଚଢାଉ କରିଥିଲେ । ହୋଟଲମାଳିକ ମାଳିକ କେଉଁଠାରୁ ଏହି ମୂଷା ଆଣିଥିଲେ ? କିଏ ତାଙ୍କୁ ଦେଇଥିଲେ ତାହାର ପୁଙ୍ଖାନୁପୁଙ୍ଖା ତଦନ୍ତ କରି ଦୋକାନ ମିଳିକ ଭରତ ବିସୋଇ ଗିରଫ କରାଯାଇଛି । ମୂଷାର ସ୍ବାସ୍ଥ୍ୟ ପରିକ୍ଷା ପରେ ତାକୁ ନନ୍ଦନକାନନରେ ଛଡା ଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Exit mobile version