Home ଓଡ଼ିଶା ମାଲକାନଗିରି ଜିଲ୍ଲାର ଦୁଇ ଶିକ୍ଷକ ପାଇଲେ ଓଇ ଏସ୍ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ମାଲକାନଗିରି :- ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ୨ଜଣ ଶିକ୍ଷକ ପାଇଛନ୍ତି ଓଇଏସ୍ । ସେ ଦୁଇଜଣ ହେଲେ ମାଲକାନଗିରି ବ୍ଲକ ଏମଭି ୭ ଗ୍ରାମର ସୁମିତ ବିଶ୍ୱାସ ଓ ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତ ଉସକାଲବାଗ ଗ୍ରାମର ଆଦିବାସୀ ଯୁବକ ସୁକାନ୍ତ କାର୍ତାମି । ସେମାନଙ୍କର ଏହି ଅଭୂତପୂର୍ବ ସଫଳତା ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି । ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତ ଏମଭି ୭ ଗ୍ରାମର ସ୍ୱର୍ଗତ ରେବତୀ ବିଶ୍ୱାସ ଓ ମାତା ମଞ୍ଜୁବିଶ୍ଵାସଙ୍କ ସୁପୁତ୍ର ହେଉଛନ୍ତି ସୁମିତ ବିଶ୍ୱାସ । ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ସୁମିତ ୧୦୧ ରାଙ୍କ ରଖି ସଫଳତାର ସହିତ ଓଇଏସ ପାଇଛନ୍ତି । ସେ ବର୍ତ୍ତମାନ ପୋଟେରୁ ପୁଲିମେଟଲା ଏମପିଭି ୬ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ମାମୁଁ ସାଧନ ସରକାରଙ୍କ ଘରେ ରହି ପାଠ ପଢିଥିଲେ । ତାଙ୍କ ସଫଳତା ପଛରେ ମାମୁଁ ସାଧନ ,ମାଇଁ ରିନା ସରକାର ଓ ପତ୍ନୀ ସଂଗୀତା ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି । ଏହା ବ୍ୟତୀତ ବିଦ୍ୟାଳୟର ଶିକ୍ଷକ ସାଙ୍ଗ ସାଥିଙ୍କ ପ୍ରେରଣା ଯୋଗୁ ସେ ଓଇଏସ ପାଇ ପାରିଛନ୍ତି ବୋଲି ସୁମିତ କହିଛନ୍ତି । ଠିକ୍ ସେହିପରି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକସ୍ଥ ନିଲିଗୁଡା ପଞ୍ଚାୟତ ଦୁର୍ଗମ ଅପହଞ୍ଚ ମାଓ ପ୍ରବଣ ଉସକାଲବାଗ ଗ୍ରାମର କୋୟା ଆଦିବାସୀ ସମ୍ପ୍ରଦାୟର ଆଇତା କାର୍ତାମିଙ୍କ ସୁପୁତ୍ର ସୁକାନ୍ତ କାର୍ତାମି । ସେ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ୧୩୬ ରାଙ୍କ ରଖି ସଫଳତାର ସହିତ ଓଇଏସ ପାଇଛନ୍ତି । ସେ ବର୍ତ୍ତମାନ ମାଲକାନଗିରି ବ୍ଲକ ପାଙ୍ଗମ ସରକାରୀ ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ସୁମିତ ଓ ଶୁକାନ୍ତ ଦୁହେଁ ନିମ୍ନ ମଧ୍ୟବିତ୍ତ ଚାଷୀ ପରିବାରରୁ ଆସିଥିବାରୁ ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସୁମିତ ଓ ଶୁକାନ୍ତ ଓଇଏସ ପାଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026