Home ଓଡ଼ିଶା ଓଡିଶା ମିଲେଟ ମିଶନ ରୋଷେଇ ପ୍ରତିଯୋଗିତା ଜରିଆରେ ମିଲେଟର ଗ୍ରହଣୀୟତା ବୃଦ୍ଧି ଓ ଗୃହିଣୀଙ୍କୁ ଉତ୍ସାହିତ କରୁଛି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ମିଲେଟ ଫୁଡ ଫେଷ୍ଟିଭାଲ ଭୁବନେଶ୍ୱରର ପ୍ରସିଦ୍ଧ ରେଷ୍ଟୁରାଂଟ ମାଇକେଲ୍ସ କିଚେନ ସହଯୋଗରେ ମଇ ୨୦ ତାରିଖରେ ଶେଷ ହୋଇଛି । ରାଜଧାନୀର ବହୁ ନାଗରିକ ଏହା ପରିଦର୍ଶନ କରିବା ସହିତ ସେଫ୍ ମାଇକେଲ ଓ ତାଙ୍କ ଟିମ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସ୍ଥାନୀୟ ଓ ଆନ୍ତର୍ଜାତିକ ଖାଦ୍ୟର ନିଆରା ଅନୁଭବ ନେଇଥିଲେ । ଏହି ଫେଷ୍ଟିଭାଲରେ ରୋଷେଇ ପ୍ରତିଯୋଗିତା ମଇ ୧୮ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଂଶଗ୍ରହଣକାରୀ ନିଜର ରନ୍ଧନ ଦକ୍ଷତା ପ୍ରଦର୍ଶନ କରିଥିଲେ । ମିଲେଟ ଫୁଡ ଫେଷ୍ଟିଭାଲର ଏକ ସବ ଇଭେଂଟ ଭାବରେ ମିଲେଟ ଫୁଡ ରୋଷେଇ ପ୍ରତିଯୋଗିତା ମଇ ୧୮ରେ ଅନୁଷ୍ଠିତ ହୋଇଥିଲା । ଏହା ମୁଖ୍ୟତଃ ପ୍ରତିଭାସମ୍ପନ୍ନ ଓ ସୃଜନଶୀଳ ଗୃହିଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଆୟୋଜିତ ହୋଇଥିଲା । ମିଲେଟର ସ୍ୱାସ୍ଥ୍ୟ ଉପକାରିତା ଓ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ମାଇକେଲ କିଚେନ ଦ୍ୱାରା ଆୟୋଜିତ ଏବଂ ମିଲ୍କ ମନ୍ତ୍ରା ଦ୍ୱାରା ପ୍ରାୟୋଜିତ ହୋଇଥିଲା । ୨୫ ଜଣ ଅଂଶଗ୍ରହଣକାରୀଙ୍କୁ ମିଲେଟକୁ ମୁଖ୍ୟ ଉପାଦାନ ଭାବରେ ବ୍ୟବହାର କରି ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା । ବିଚାରକ ଭାବରେ ଶ୍ରୀ ମାଇକେଲ, ଓଡିଶା ମିଲେଟ ମିଶନ ତରଫରୁ ଶ୍ରୀ ରତିକାନ୍ତ ଏବଂ ସୁଶ୍ରୀ ନିହାରିକ ଦାଶ ଷଡଙ୍ଗୀ, ନ୍ୟୁଟ୍ରିନିଷ୍ଟ ଦାୟିତ୍ୱ ନିର୍ବାହ କରିଥିଲେ । ବିଭିନ୍ନ ପ୍ରକାର ଡିସେସ ଯଥା ଭେଜ ଓ ଚିକେନ ରାଗି ମୋମୋ, ଗୁପଚୁପ, କୋଦ ଚିକେନ ବିରିୟାନି ଭଳି ଅନେକ ବ୍ୟଞ୍ଜନ ବିଚାରକ ମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଇଥିଲା । ଏଗୁଡିକରେ ପୁଷ୍ଟିକର ଶକ୍ତିର ଉପସ୍ଥିତି, ସ୍ୱାଦଏବଂ ଉପସ୍ଥାପନା ଅତି ଉଚ୍ଚକୋଟିର ଓ ମନମୁଗ୍ଧକର ଥିଲା ।ଫୁଡ ଫେଷ୍ଟିଭାଲର ଅନ୍ତିମ ଦିନରେ ଏହାର ବିଜେତା ଘୋଷଣା ହୋଇଥିଲା । “ମିକ୍ସ ମିଲେଟ ଥଣ୍ଡାଇ” ପ୍ରସ୍ତୁତ କରିଥିବା ସୁଶ୍ରୀ ଧରିତ୍ରୀ ସାହୁଙ୍କୁ ବିଜୟିନୀ ଘୋଷିତ କରାଯାଇଥିଲା । ବିଜୟିନୀଙ୍କୁ ପୁରଷ୍କାର ସ୍ୱରୂପ ମାଇକେଲ୍ସ କିଚେନରେ ଏକ ମାସ ପାଇଁ ବୃତ୍ତିଗତ ତାଲିମ ପ୍ରଦାମ ଏବଂ ଓଡିଶା ମିଲେଟ ମିଶନ ଓ ମିଲ୍କ ମନ୍ତ୍ରା ତରଫରୁ ଗିଫ୍ଟ ହେମ୍ପର ପ୍ରଦାନ କରାଯାଇଥିଲା । କୃଷି ବିଭାଗ ଯୁଗ୍ମ ନିଦ୍ଦେଶକ ଶୈଲେନ୍ଦ୍ର କୁମାର ମହାନ୍ତି ଓ ସେଫ୍ ମାଇକେଲ ପୁରଷ୍କାର ପ୍ରଦାନ କରିବା ସହ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ ବଂଟନ କରିଥିଲା । ଡାଏଟିସିଆନ ବିଜୟିନୀ ଧରତ୍ରି ସାହୁ ନିଜ ପ୍ରତିକ୍ରିୟାରେ ଖ୍ୟାତିସମ୍ପନ୍ନ ବିଚାରକମାନଙ୍କ ସମ୍ମୁଖରେ ରୋଷେଇ କରି ବିଜୟୀ ହେବା ବହୁତ ଆନନ୍ଦଦାୟକ । ଜଣେ ଡାଏଟିସିଆନ ଭାବରେ ସରକାର ମିଲେଟକୁ ସୃଜନଶୀଳତା ଓ ପ୍ରତିଯୋଗିତାମୂଳକ ଉପାୟରେ ପ୍ରୋତ୍ସାହିତ କରିବା ପାଇଁ ନେଇଥିବା ପଦକ୍ଷେପକୁ ଦେଖି ମୁଁ ଅତ୍ୟନ୍ତ ଉତ୍ସାହିତ । ସେଫ୍ ମାଇକେଲଙ୍କ ଠାରୁ ୩୦ ଦିନିଆ ପ୍ରଶିକ୍ଷଣକୁ ଅପେକ୍ଷା କରିଛି । ରାଜ୍ୟ ସରକାର ଓଡିଶା ମିଲେଟ ମିଶନକୁ ସଦାସର୍ବଦା ଶାସନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିବେଚନା କରୁଥିବାବେଳେ ମିଲେଟ ଫୁଡ ଫେଷ୍ଟିଭାଲ ଭଳି କାର୍ଯ୍ୟକ୍ରମ କରି ଜନସାଧାରଣଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବୃଦ୍ଧି ପାଇଁ ଅନୁକରଣୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଂଶଗ୍ରହଣକାରୀମାନଙ୍କ ଉଦ୍ଦେଶ୍ୟରେ ଶୈଳେନ୍ଦ୍ର ମହାନ୍ତି ନିଜ ବକ୍ତବ୍ୟରେ ସେଫ୍ ମାଇକେଲ ଓ ତାଙ୍କ ଟିମ ତଥା ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାନ୍ତି । ସରକାର ଓ ସ୍ଥାନୀୟ ସେଲିବ୍ରିଟି ମାନଙ୍କର ମିଳିତ ସହଯୋଗରେ ଏଭଳି ଉଦ୍ୟମ ମିଲେଟକୁ ଖାଦ୍ୟ ଭାବରେ ଗ୍ରହଣ କରିବାର ପଥ ଉନ୍ମୁକ୍ତ କରିବ ବୋଲି କହିଛନ୍ତି । ଏହି ପ୍ରତିଯୋଗିତା ପ୍ରମାଣ କରିଥିଲା ଯେ ରାଜ୍ୟର ଗୃହିଣୀମାନଙ୍କ ମଧ୍ୟରେ ମିଲେଟର ଚମତ୍କାରିତା ସେମାନଙ୍କ ପରିବାର ପାଇଁ ଏକ ଉତ୍ତମ ପୁଷ୍ଟିକର ଖାଦ୍ୟ ଭାବରେ ପ୍ରଥମ ପସନ୍ଦ ପାଲଟିବ । ଅଧିକନ୍ତୁ ରାଜ୍ୟରେ ମିଲେଟର ଗ୍ରହଣୀୟତା ବୃଦ୍ଧି କରିବାପାଇଁ ଏହିଭଳି କାର୍ଯ୍ୟକ୍ରମ ଏବଂ ବ୍ୟକ୍ତି ବିଶେଷ ମାନଙ୍କର ସହଯୋଗ ଜାରି ରଖିବାପାଇଁ ଓଡିଶା ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026