Home ଓଡ଼ିଶା ସ୍ୱାସ୍ଥ୍ୟସେବାରେ ଗୁଣାତ୍ମକ ରୂପାନ୍ତରଣ ଉପରେ ସରକାରଙ୍କ ଗୁରୁତ୍ୱ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଡାକ୍ତର ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା ଏବେ ଏକ ବଳକା ରାଜ୍ୟ ୨୦୨୩ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ କରାଯିବ ୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ସୁସ୍ଥ ଓ ନିରାମୟ ଜୀବନ ସମସ୍ତଙ୍କର କାମ୍ୟ । ଓଡ଼ିଶାର ମହାନୁଭବ ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ପ୍ରତ୍ୟେକଟି ଜୀବନ ମୁଲ୍ୟବାନ । ଏହି ଉକ୍ତିକୁ ଆପ୍ତବାକ୍ୟରେ ପରିଣତ କରିବାକୁ ହେଲେ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ, ସମୟୋପଯୋଗୀ, ସମୁନ୍ନତ ଓ ସୁଲଭ କରିବା ଏକାନ୍ତ ଜରୁରୀ । ସେଥିପାଇଁ ଓଡ଼ିଶା ରାଜ୍ୟ ସରକାର ବିଗତ ଦୁଇ ଦଶନ୍ଧି ମଧ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ଓ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସ୍ୱାସ୍ଥ୍ୟ ପରିଯୋଜନାର ସଫଳ ରୁପାୟନ ସାଙ୍ଗକୁ ଅନ୍ତର୍ଜାତୀୟ ମାନର ନିଜସ୍ୱ ଅଭିନବ ଯୋଜନାମାନ ପ୍ରଣୟନ କରିଛନ୍ତି, ଯାହା ଓଡ଼ିଶାକୁ ସାରା ବିଶ୍ୱରେ ଅଜସ୍ର ସଫଳତା ଓ ପ୍ରଶଂସା ଆଣିଦେଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ପ୍ରକାଶ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ରାଜ୍ୟରେ ଆବଶ୍ୟକତାଠାରୁ କମ୍ସଂଖ୍ୟକ ମେଡ଼ିକାଲ ଶିକ୍ଷା ପ୍ରତିଷ୍ଠାନ ଥିବା ଯୋଗୁ ଡାକ୍ତର, ପାରାମେଡିକାଲ କର୍ମଚାରୀ, ନର୍ସିଂ ଅଫିସର ଆଦିଙ୍କର ଘୋର ଅଭାବ ପରିଲକ୍ଷିତ ହେଉଥିଲା । ସେଥିପାଇଁ ପ୍ରାଥମିକତା ଭିତ୍ତିରେ ଗତ ୧୦ ବର୍ଷରେ ଆଠଟି ନୂଆ ମେଡ଼ିକାଲ କଲେଜ ଓ ଦୁଇଟି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚୁ୍ୟଟ ସ୍ଥାପନ, ନର୍ସିଂ ସ୍କୁଲଗୁଡିକୁ କଲେଜରେ ରୂପାନ୍ତରଣ, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି କାମ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ ହୋଇଛି । ଏହାର ସୁଫଳ ସ୍ୱରୂପ ୨୦୦୦ ମସିହା ତୁଳନାରେ ବିଭିନ୍ନ ବର୍ଗର ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସଂଖ୍ୟା ଯେ କେବଳ ଆଶାତୀତ ଭାବେ ବଢିଛି ତାହା ନୁହେଁ ବରଂ ଉନ୍ନତ ସ୍ୱାସ୍ଥ୍ୟସେବାର ବାସ୍ତବ ବିକେନ୍ଦ୍ରୀକରଣ ମାଧ୍ୟମରେ ରାଜ୍ୟର ଲୋକଙ୍କୁ ଘରପାଖରେ ସମସ୍ତ ସୁବିଧା ଉପଲବ୍ଧ ହେଉଛି । ଓଡ଼ିଶାରେ ୨୦୦୦ ମସିହାରେ ମାତ୍ର ୩୨୧ ଏମ୍.ବି.ବି.ଏସ୍. ଡାକ୍ତର ଏବଂ ୨୫୪ ଜଣ ବିଶେଷଜ୍ଞ ଡାକ୍ତର ବାହାରୁଥିବାବେଳେ ବର୍ତ୍ତମାନ ତାହା ଯଥାକ୍ରମେ ୨୨୦୦ ଓ ୮୨୬ କୁ ବୃଦ୍ଧି ପାଇଛି । ଡାକ୍ତର ଆବଶ୍ୟକତା ଦୃଷ୍ଟିରୁ ସମ୍ପ୍ରତି ଓଡ଼ିଶା ଏକ ଉଦ୍ବୃତ୍ତ ରାଜ୍ୟରେ ପରିଣତ ହୋଇଛି ଏବଂ ୨୦୨୩ ଡିସେମ୍ବର ମାସ ସୁଦ୍ଧା ରାଜ୍ୟର ସମସ୍ତ ଖାଲିଥିବା ଡାକ୍ତର ପଦବୀ ପୂରଣ କରାଯିବ । କର୍କଟ ରୋଗୀଙ୍କର ଅସହାୟତାକୁ ହୃଦୟଙ୍ଗମ କରି ନିରାଶ ଜୀବନରେ ଆଶାର ସଂଚାର କରିବାର ମାନବୀୟ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହେଉଛି ବାଗଚି ଶ୍ରୀଶଙ୍କର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ, ବାଗଚି କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ଏବଂ ନାଇଜର ପରିସରରେ ଷ୍ଟେଟ ଅଫ ଆର୍ଟ କ୍ୟାନସର ହସପିଟାଲ । ଏଥିସହ ସମସ୍ତ ଜିଲ୍ଲା ଚିକିତ୍ସାଳୟରେ ମାଗଣା କେମୋଥେରାପି ସୁବିଧା କରାଯାଇଛି । ସମସ୍ତ ଜିଲ୍ଲା ଚିକିତ୍ସାଳୟରେ ଡାୟାଲିସିଶ ସେବା ଉପଲବ୍ଧ ହୋଇଛି । ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଆହୁରି ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ସମସ୍ତଙ୍କ ପାଇଁ ନିଃଶୁ ସେବା ଯୋଗାଇ ଦିଆଯାଉଥିବାବେଳେ ରାଜ୍ୟର ୯୬.୫ ଲକ୍ଷ ପରିବାରର ୩.୩. କୋଟିରୁ ଅଧିକ ଉପଭୋକ୍ତାଙ୍କ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ୭୦୦ ପ୍ରମୁଖ ତଥା ନାମକରା ଘରୋଇ ଚିକିତ୍ସାଳୟରେ ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ଉପଲବ୍ଧ କରାଯାଇଛି । ଏଥିରେ ପ୍ରତିମାସରେ ପ୍ରାୟ ୨୨୫ କୋଟି ଟଙ୍କା ମୂଲ୍ୟର ସେବା ପାଖାପାଖି ୧ ଲକ୍ଷ ରୋଗୀ ପାଇ ପାରୁଛନ୍ତି । ଏହି ଅବସରରେ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଲେ ଯେ ମେଡ଼ିକାଲ କଲେଜର ସ୍ୱାସ୍ଥ୍ୟସେବା ଏବେ ରାଜ୍ୟର କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ଉପଲବ୍ଧ । “ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’’ ଅଧୀନରେ ମେଡ଼ିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନଙ୍କୁ ଉଡାଜାହାଜ ଯୋଗେ ନେଇ ସମ୍ପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସେବା ଯୋଗାଇ ଦିଆଯାଉଛି ୫-‘ଟି’ ବ୍ୟବସ୍ଥା ଉପରୋକ୍ତ ସମସ୍ତ କାର୍ଯ୍ୟକୁ ସୁସଂହତ, ସମୟୋଚିତ, ବୈଷୟିକ ଜ୍ଞାନ ସମ୍ମତ ଓ ସ୍ୱଚ୍ଛ କରିବା ଯୋଗୁ ଓଡ଼ିଶା ସୁସ୍ଥ ଓ ସୁଖୀ ହେବା ଦିଗରେ ଆଗେଇ ଚାଲିଛି । ଏହାର ସୁଫଳ ସ୍ୱରୂପ ରାଜ୍ୟ ସମଗ୍ର ଦେଶରେ ସର୍ବାଧିକ ଶିଶୁମୃତୁ୍ୟ ହ୍ରାସ, ଦ୍ୱିତୀୟ ସର୍ବାଧିକ ମାତୃମୃତୁ୍ୟ ହ ୍ରାସ, ସର୍ବାଧିକ ଟିକାକରଣ, ସର୍ବାଧିକ ମ୍ୟାଲେରିଆ ନିୟନ୍ତ୍ରଣ, ଦ୍ୱିତୀୟ ସର୍ବାଧିକ ଯକ୍ଷ୍ମା ନିୟନ୍ତ୍ରଣ, ପ୍ରଜନନ ହାରରେ ଆଶାତୀତ ହ ୍ରାସ, ମହିଳାମାନଙ୍କ ଋତୁସ୍ରାବ ସମ୍ପର୍କିତ ସ୍ୱଚ୍ଛତା କ୍ଷେତ୍ରରେ ଜାତୀୟ ହାର ଅପେକ୍ଷା ଅଧିକ ସଫଳତା ଆଦି ପ୍ରାପ୍ତ ହୋଇଛି । ଓଡ଼ିଶାକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନର ସୁଅ ଛୁଟିଛି । ୨୦୨୩-୨୪ ସ୍ୱାସ୍ଥ୍ୟ ବଜେଟରେ ମୋଟ ୧୫,୭୫୬ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି, ଯାହା ୨୦୦୦-୨୦୦୧ ବଜେଟ(୫୫୦ କୋଟି ଟଙ୍କା ) ତୁଳନାରେ ୩୦ ଗୁଣ ଅଧିକ । ଚଳିତ ବର୍ଷର ସମୁଦାଯ ବଜେଟ ପରିମାଣର ୭% ହେଉଛି ସ୍ୱାସ୍ଥ୍ୟ ବଜେଟ ବୋଲି ଶାସନ ସଚିବ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ପ୍ରସଙ୍ଗ ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଶା ପ୍ରତି ଡବଲ ଧୋକ୍କା : ବିଜେଡି by Proprietor Abhimanyu Maharana June 17, 2026 ଅବିଳମ୍ବେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନୂତନ ପାଠ୍ୟପୁସ୍ତକ ପ୍ରଦାନ କର – ଏଆଇଡିଏସଓ by Proprietor Abhimanyu Maharana June 17, 2026 ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ by Proprietor Abhimanyu Maharana June 17, 2026 ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ by Proprietor Abhimanyu Maharana June 17, 2026 ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା by Proprietor Abhimanyu Maharana June 17, 2026 ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ by Proprietor Abhimanyu Maharana June 17, 2026