ଫୁଲନଖରା ସକାଳ ଚା ଖଟିର ସଦସ୍ୟ ମାନେ କେକ୍ କାଟି ସୁଧୀର ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କଲେ

୨୨ ମଇ ୨୦୨୩ ( ଓଡିଶା ତାଜା ନିୟୁଜ ) କଟକ :- ଫୁଲନଖରା ଛକରେ ଥିବା ସକାଳ ଚା ଖଟିର ସଦସ୍ୟ ମାନେ ସୋମବାର ସକାଳେ ନିଆରା ଢ଼ଙ୍ଗରେ ଚା ଖଟିର ସକ୍ରିୟ ସଦସ୍ୟ ସୁଧୀର ପଟ୍ଟନାୟକ (ବାବୁ) ର ୫୦ ତମ ଜନ୍ମ ବାର୍ଷିକ ଅବସରରେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ ।ସକାଳ ଚା ଖଟିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଙ୍କ ଉପସ୍ଥିତରେ ସଦସ୍ୟ ମାନେ ସୁଧୀରଙ୍କୁ ପୁଷ୍ପ ଗୁଛ ଉତ୍ତରୀ ଦେଇ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ , ତାଙ୍କର ଦୀର୍ଘାୟୁ କାମନା କରିଥିଲେ । ଏହି ଉତ୍ସବରେ ସକାଳ ଚା ଖଟିର ସଦସ୍ୟ କାନନ ବିହାରୀ ନାୟକ,ଟିଟନ ସାହୁ, ଟୁନା ଜେନା, ଅନିଲ କୁମାର ମହାନ୍ତି, ମନୋରଞ୍ଜନ ମହାନ୍ତି, ମୁକ୍ତିକାନ୍ତ ମହାପାତ୍ର, ଝରିଆ ସାହୁ, ଗଗନ ପାଢ଼ୀ, ବିନୟ କୁମାର ଜେନା, କୃଷ୍ଣ ଚନ୍ଦ୍ର ଭୋଇ, ପ୍ରମୁଖ ସୁଧୀର ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ ।

 

Exit mobile version