Home ଓଡ଼ିଶା ଶପଥ ନେଲେ ୩ କ୍ୟାବିନେଟ୍ ମନ୍ତ୍ରୀ, ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସନ୍ନ ନାୟକ, ସୁଦାମ ମାରାଣ୍ଡି ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ରାଜ୍ୟ ମନ୍ତ୍ରିମଣ୍ଡଳରେ ସଂପ୍ରସାରଣ,ନୂତନ ମନ୍ତ୍ରୀ ଭାବେ ଶପଥ ନେଲେ ତିନି ଜଣ । ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସନ୍ନ ନାୟକ, ସୁଦାମ ମାରାଣ୍ଡି ରାଜ୍ୟ କ୍ୟାବିନେଟ୍ର ନୂତନ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ତିନି ଜଣ ନୂତନ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ମନ୍ତ୍ରିମଣ୍ଡଳକୁ ଫେରିଲେ ବିକ୍ରମ ଆରୁଖ :- ପୁଣି ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି ବିକ୍ରମ କେଶରୀ ଆରୁଖ। କିଛି ଦିନ ତଳେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏବେ ପୁଣି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ବିକ୍ରମ ଆରୁଖ । ୬ ଥର ବିଧାୟକ ହୋଇଥିବା ବିକ୍ରମ ଆରୁଖ ପୂର୍ବରୁ ମଧ୍ୟ ମନ୍ତ୍ରୀ ହୋଇଛନ୍ତି। ୧୯୯୫ରେ ପ୍ରଥମେ ଜନତା ଦଳରୁ ଜିତିଥିଲେ ଆରୁଖ। ଏହା ପରେ ଲଗାତର ବିଜେଡି ଟିକେଟରେ ଭଞ୍ଜନଗରରୁ ଜିତି ଆସୁଛନ୍ତି। ଲଗାତର ୬ ଥର ବିଧାୟକ ରହିଛନ୍ତି ଆରୁଖ। ଏହା ପୂର୍ବରୁ ଆରୁଖ ଜଙ୍ଗଲ ଓ ପରିବେଶ ଏବଂ ଆଇନ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ଆରୁଖ । ୨୦୨୨ରେ ସେ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ କିଛି ଦିନ ତଳେ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବେଳେ ପୁଣି ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି ଆରୁଖ । ମନ୍ତ୍ରିମଣ୍ଡଳକୁ ଫେରିଲେ ସୁଦାମ ମାରାଣ୍ଡି :- ପୂର୍ବରୁ ରାଜସ୍ବ ମନ୍ତ୍ରୀ ଥିଲେ ସୁଦାମ ମାରାଣ୍ଡି। ୫ ଥର ବିଧାୟକ, ଥରେ ସାଂସଦ ନିର୍ବାଚିତ ହୋଇଛନ୍ତି। ୨ ଥର ବିଜେଡି ଟିକେଟରେ ବାଙ୍ଗିରିପୋଷୀରୁ ନିର୍ବାଚିତ ହୋଇଛନ୍ତି। ଜଣେ ଦକ୍ଷ ଆଦିବାସୀ ନେତା ଭାବେ ରହିଛି ପରିଚିତି। ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନବୀନଙ୍କ ଚତୁର୍ଥ ପାଳିରେ ସେ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ୨୦୧୭ରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ । ପଞ୍ଚମ ପାଳିରେ ପୁଣି ମନ୍ତ୍ରିମଣ୍ଡଳକୁ ଫେରିଥିଲେ ସୁଦାମ । ତାଙ୍କୁ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦାୟିତ୍ବ ମିଳିଥିଲା । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସେ ବାଦ ପଡ଼ିଥିଲେ । ଏବେ ପୁଣି ଥରେ ନବୀନଙ୍କ ଟିମରେ ସ୍ଥାନ ପାଇଛନ୍ତି ସୁଦାମ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ସାରଦା ପ୍ରସାଦ ନାୟକ :- ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ମଧ୍ୟ ତାଙ୍କର ମନ୍ତ୍ରୀ ହେବାର ଅଭିଜ୍ଞତା ରହିଛି। ରାଉରେକେଲାରୁ ୨୦୦୪, ୨୦୦୯ ଏବଂ ୨୦୧୯ରେ ବିଜେଡି ଟିକେଟରେ ଜିତିଛନ୍ତି ସାରଦା । ପୂର୍ବରୁ ଖାଦ୍ୟ ଓ ଯୋଗାଣ, ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ରହିଥିଲେ। ଦୀର୍ଘ ବର୍ଷ ପରେ ପୁଣି ଥରେ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି ସାରଦା ପ୍ରସାଦ ନାୟକ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026