ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ତଦାରଖ କଲେ ଦଶପଲ୍ଲା ବିଧାୟକ

୨୧ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ନିର୍ମାଣଧିନ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ କାର୍ଯ୍ୟ ତଦାରଖ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।

ଆସନ୍ତା ୨୫ ତାରିଖ ରେ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ଉଦ୍ଘଟାନ ହେବାକୁ ଯାଉଥିବାରୁ ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ସମାପ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ଦଶପଲ୍ଲା ବିଧାୟକ।ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକ୍ ରେ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ନିର୍ମାଣ ହେବାକୁ ଯାଉଛି ।

Exit mobile version