ରାଜୀବ ଗାନ୍ଧୀ ଭାରତ ବର୍ଷର ସୂଚନା ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରି ଚିରସ୍ମରଣୀୟ

୨୧ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ)ଭୁବନେଶ୍ୱର:- ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନିଧନ ପରେ ପାଇଲଟ ବୃତ୍ତି ପରିତ୍ୟାଗ କରି ଦେଶର ଘଡିସନ୍ଧି ମୁହୂର୍ତ୍ତରେ ଯୁବ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା ରାଜୀବ ଗାନ୍ଧୀ ଭାରତବର୍ଷରେ ସୂଚନା ପ୍ରଯୁକ୍ତି ବିଦ୍ୟାର ପ୍ରଚାର ପ୍ରସାର ସହିତ ପଞ୍ଚାୟତିରାଜ ଆଇନ ପ୍ରଣୟନ ସଙ୍ଗେ ସଙ୍ଗେ ଦଳବଦଳ ନିରୋଧ ଆଇନ ପ୍ରଣୟନ କରି ଭାରତରେ ଏକ ନୂତନ ପରମ୍ପରା ସୃଷ୍ଟି କରିଥିଲେ । ଅଠର ବର୍ଷ ବୟସର ବ୍ୟକ୍ତିମାନଙ୍କୁ ମତଦାନ ଅଧିକାର ପ୍ରଦାନ କରି ଭାରତବର୍ଷରେ ଗଣତନ୍ତ୍ରକୁ ସୁଦୃଢ଼ କରିଥିଲେ । ଆତଙ୍କବାଦୀଙ୍କ ଦ୍ୱାରା ତାଙ୍କର ନିଧନ ବିଶ୍ୱ ମାନବବାଦ ଉପରେ ଏକ ବର୍ବରୋଚିତ ଆକ୍ରମଣ ଏବଂ ଆମେ ସମସ୍ତେ ଆତଙ୍କବାଦୀ ଶକ୍ତି ବିରୁଦ୍ଧରେ ଲଢେଇ କରି ବିଶ୍ୱଶାନ୍ତି ନିମିତ୍ତ ଶପଥ ନେବା ବୋଲିଆଜି ପ୍ରତୁ୍ୟଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ

ସଚିବ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ୱର ରାଜୀବ ଭବନ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ସୁରେଶ କୁମାର ରାଉତରାୟ, ପ୍ରବୀର ମହାନ୍ତି, ଡ଼ଃ ମିହିର ପଟନାୟକ, ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଅଶ୍ୱିନୀ ପଟ୍ଟନାୟକ, ସତ୍ୟବ୍ରତ ଜେନା, ଗିରିଜା ଶଙ୍କର ମହାପାତ୍ର, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ସଭ୍ୟବୃନ୍ଦ, କବୟତ୍ରୀ ଅନ୍ନଦା ମିଶ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହଙ୍କୁ ରାଜୀବ ଗାନ୍ଧୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Exit mobile version