Home ଓଡ଼ିଶା ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରେଟିନୋବ୍ଲାଷ୍ଟୋମା ସଚେତନତା ପଦଯାତ୍ରାର ଆୟୋଜନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ରେଟିନୋବ୍ଲାଷ୍ଟୋମା (ଶିଶୁଙ୍କ ଚକ୍ଷୁ କର୍କଟ ରୋଗ) ବିଷୟରେ ସଚେତନତା ସୃଷ୍ଟି କରିବା ୨୧ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଭୁବନେଶ୍ୱରସ୍ଥିତ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ମିଥୁ ତୁଳସୀ ଚନରାଇ କ୍ୟାମ୍ପସ୍ ପକ୍ଷରୁ ୨୧ ମେ, ୨୦୨୩ ତାରିଖରେ ରେଟିନୋବ୍ଲାଷ୍ଟୋମା (ଚକ୍ଷୁ କର୍କଟ ରୋଗ) ସଚେତନତା ପଦଯାତ୍ରା ଆୟୋଜନ କରାଯାଇଛି । ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ଭୁବନେଶ୍ୱର, ହାଇଦ୍ରାବାଦ, ବିଶାଖାପାଟଣା ଓ ବିଜୟୱାଡ଼ାସ୍ଥିତ କ୍ୟାମ୍ପସରେ ଆୟୋଜିତ ‘ହ୍ୱିଟାଥନ୍’ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏହି ପଦଯାତ୍ରା କରାଯାଉଛି । ସେଲିବ୍ରିଟି ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର ରେଟିନୋବ୍ଲାଷ୍ଟୋମାରୁ ମୁକ୍ତିପାଇଥିବା ବ୍ୟକ୍ତିଙ୍କସହ କ୍ୟାମ୍ପସରେ କଥାବାର୍ତା କରିଛନ୍ତି । ହ୍ୱିଟାଥନ୍ ହେଉଛି ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ବାର୍ଷିକ ସମାଜସେବାମୂଳକ କାର୍ଯ୍ୟକ୍ରମ ଯାହା ଶିଶୁଙ୍କଠାରେ ପରିଲକ୍ଷିତ ହେଉଥିବା ଜୀବନ ଏବଂ ଦୃଷ୍ଟିଶକ୍ତି-ପ୍ରତି ବିପଦ ସୃଷ୍ଟିକାରୀ ଚକ୍ଷୁ କର୍କଟ ରୋଗ – ରେଟିନୋବ୍ଲାଷ୍ଟୋମାର ପ୍ରାରମ୍ଭିକ ନିର୍ଣ୍ଣୟ ଏବଂ ଚିକିତ୍ସା ପାଇଁ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନ ଦେଇଥାଏ । ରେଟିନୋବ୍ଲାଷ୍ଟୋମାର ଅତି ସାଧାରଣ ଲକ୍ଷଣ ହେଉଛି ଶିଶୁଙ୍କ ଆଖିରେ ଥିବା ହ୍ୱାଇଟ୍ ରିଫ୍ଲେକ୍ସ (ବା ଧଳା ଚମକ) । ଏହି ପଦଯାତ୍ରା ମାଧ୍ୟମରେ, ଏଲଭିପିଇଆଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯେ ଯଦି ସେମାନେ ଶିଶୁଙ୍କ ଆଖିରେ ‘ହ୍ୱାଇଟ୍ ରିଫ୍ଲେକ୍ସ’ ଦେଖନ୍ତି, ତେବେ ଏହା ଚକ୍ଷୁ କର୍କଟର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ଯାହାତୁରନ୍ତ ଚକ୍ଷୁ ପରୀକ୍ଷା ଏବଂ ଅନୁସନ୍ଧାନ କରାଯିବା ଆବଶ୍ୟକକରେ । ତେଣୁ ଏହି କାର୍ଯ୍ୟକ୍ରମର ନାମ ‘ହ୍ୱିଟାଥନ୍’ ରଖାଯାଇଛି । ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ମିଥୁ ତୁଳସୀ ଚନରାଇ କ୍ୟାମ୍ପସ, ଭୁବନେଶ୍ୱରର ଚକ୍ଷୁ କର୍କଟରୋଗ ବିଶେଷଜ୍ଞ ଡାକ୍ତର ଦେବଜ୍ୟୋତି ତ୍ରିପାଠୀ କହନ୍ତି, “ଶିଶୁମାନଙ୍କଠାରେ ରେଟିନୋବ୍ଲାଷ୍ଟୋମା ଚକ୍ଷୁ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ । ସଚେତନତାର ଅଭାବ ଏବଂ ବିଳମ୍ବରେ ରୋଗ ନିର୍ଣ୍ଣୟ ଓ ଚିକିତ୍ସା କାରଣରୁ କୌଣସି ଶିଶୁ ଚକ୍ଷୁ କର୍କଟ ରୋଗରେ ମୃତ୍ୟୁବରଣ କରିବା ଉଚିତ୍ ନୁହେଁ । ରେଟିନୋବ୍ଲାଷ୍ଟୋମା ସଚେତନତା ପଦଯାତ୍ରାରେ ଯୋଗଦେଇ ଏହି ସଚେତନତାର ପ୍ରସାରରେ ସହଯୋଗ କରିଥିବାରୁ ସବ୍ୟସାଚୀ ମିଶ୍ରଙ୍କୁ ଆମେ ଧନ୍ୟବାଦ ଜଣାଉଛୁ । ଆମର ରେଟିନୋବ୍ଲାଷ୍ଟୋମା ରୋଗୀଙ୍କ ପାଇଁ ଅନ୍ୟାନ୍ୟ ସାମାଜିକ ସେବା ଅନୁଷ୍ଠାନ ଏବଂ ବଦାନ୍ୟ ବ୍ୟକ୍ତିବିଶେଷ ତଥା ସରକାରୀ ସଂସ୍ଥାମାନଙ୍କରୁ ମିଳିଥିବା ସହଯୋଗକୁ ମଧ୍ୟ ଆମେ ସ୍ୱୀକାର କରୁଛୁ ।” ଡାକ୍ତର ତ୍ରିପାଠୀ ଆହୁରି ମଧ୍ୟ କହିଛନ୍ତି ଯେ ଶିଶୁମାନଙ୍କ ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପରୀକ୍ଷାରଏକ ଅଂଶ ଭାବେବିସ୍ତୃତଚକ୍ଷୁ ପରୀକ୍ଷା କରିବାର ସମୟ ଆସିଛି । ପିତାମାତା ଏବଂ ଡାକ୍ତରଙ୍କୁ ସମ୍ଭାବ୍ୟ ଚକ୍ଷୁ କର୍କଟ ରୋଗର ଲକ୍ଷଣ ବିଷୟରେ ବୁଝାଇ ଦିଆଯିବା ଉଚିତ ନଚେତ୍ ତାହାକୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଭାବି ସହଜରେ ଏଡ଼ାଇ ଦିଆଯାଇପାରେ । ଏହି ଘାତକ ରୋଗ ବିଷୟରେ ଅଭିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାର ଆବଶ୍ୟକତା ରହିଛି । ରେଟିନୋବ୍ଲାଷ୍ଟୋମା ବିଷୟରେ ସଚେତନତା ସୃଷ୍ଟିର ଆବଶ୍ୟକତା : ଚା ରେଟିନୋବ୍ଲାଷ୍ଟୋମା (ଚକ୍ଷୁ କର୍କଟ ରୋଗ) ସାଧାରଣତଃ ୩ ବର୍ଷରୁ କମ୍ ବୟସର ଶିଶୁଙ୍କୁ (୯୦%) ପ୍ରଭାବିତ କରିଥାଏ । ଚା ବିଶ୍ୱର ୨୦ରୁ ୨୫% ଶିଶୁ ଚକ୍ଷୁ କର୍କଟ ରୋଗୀ ଭାରତରୁ ଆସିଥାନ୍ତି ଏବଂ ବିଶ୍ୱର ପ୍ରାୟ ଅର୍ଦ୍ଧେକ ରୋଗୀ ବିଳମ୍ବରେ ରୋଗ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି, ଏହା ମୁଖ୍ୟତଃ ବିଶ୍ୱର ନିମ୍ନ ମଧ୍ୟମ ଆୟ ଏବଂ ନିମ୍ନ ଆୟକାରୀ ଦେଶମାନଙ୍କରେ ହେଉଛି । ଚା ରେଟିନୋବ୍ଲାଷ୍ଟୋମା ଯଦି ଶୀଘ୍ର ଚିହ୍ନଟ ହୋଇ ଚିକିତ୍ସା କରାଯାଏ ତେବେ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାନ୍ତି, ଯାହା ଦ୍ୱାରା ଶିଶୁର ଜୀବନ, ଚକ୍ଷୁ ଏବଂ ଦୃଷ୍ଟିଶକ୍ତି ରକ୍ଷା ପାଇଥାଏ । ଚା ଗତ ଏକ ଦଶନ୍ଧି ମଧ୍ୟରେ ଭୁବନେଶ୍ୱରସ୍ଥିତ ଏଲଭିପିଇଆଇ ରେଟିନୋବ୍ଲାଷ୍ଟୋମା ଚକ୍ଷୁ କର୍କଟ ରୋଗରେ ଆକ୍ରାନ୍ତ ୪୦୦ ରୁ ଅଧିକ ନୂଆ ରୋଗୀଙ୍କ ଚିକିତ୍ସା କରିଛି । ଚା ଯଦିଓ ୮୦% ମାମଲାରେ ଶିଶୁଙ୍କ ଜୀବନ ବଂଚାଇବା ସମ୍ଭବ ଥିଲା, ମାତ୍ର ୪୫% ମାମଲାରେ ଶିଶୁଙ୍କ ଦୃଷ୍ଟିଶକ୍ତି ରକ୍ଷା କରାଯାଇପାରିଥିଲା, ଏହାର ମୁଖ୍ୟ କାରଣ ହେଉଛି ଚିକିତ୍ସାରେ ବିଳମ୍ବ । ଚା ତେଣୁ ଶିଶୁମାନଙ୍କଠାରେ ରେଟିନୋବ୍ଲାଷ୍ଟୋମାର ସାଧାରଣ ଲକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଛୋଟ ପିଲାଙ୍କ ଠାରେ ଚକ୍ଷୁ କର୍କଟ ରୋଗ ସନ୍ଦେହ ହେଲେ ଠିକ୍ ସମୟରେ ଡାକ୍ତରୀ ପରାମର୍ଶ ନେବାର ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କୁ (ବିଶେଷକରି ଯୁବ ପିତାମାତାଙ୍କୁ) ଶିକ୍ଷିତ କରିବା ଜରୁରୀ Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026