୨୧ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ବର :- କେବଳ ଗଛ ଲଗେଇ ଦେଲେ ପ୍ରକୃତି ପ୍ରେମୀ ମାନଙ୍କର କାମ ସରିଯାଏ ନାହିଁ । ବୃକ୍ଷଚାରା ବଡ ହୋଇ ବଞ୍ଚିବା ଯାଏ ମଧ୍ୟ ସେମାନେ ଯତ୍ନ ନେଇଥାନ୍ତି। ଗତ ୨୦୧୧ ମସିହାଠାରୁ ଭୁବନେଶ୍ବରସ୍ଥିତ ଅମିତ୍ କଲେଜର ସାମ୍ବାଦିକତା ବିଭାଗର ପୂର୍ବତନ ଏବଂ ବର୍ତ୍ତମାନର ଛାତ୍ର ଛାତ୍ରୀମାନେ ଅଧ୍ୟାପକ ମାନଙ୍କ ତତ୍ତ୍ବାବଧାନରେ ଖଣ୍ଡଗିରିର ଲଣ୍ଡା ପାହାଡରେ ପ୍ରତି ବର୍ଷ ବୃକ୍ଷ ଚାରା ଲଗାଉଛନ୍ତି । ଏଥିସହ ବର୍ଷର ବିଭିନ୍ନ ସମୟରେ ସେ ସବୁକୁ ବଡ ହେବା ଯାଏ ଯତ୍ନ ମଧ୍ୟ କରୁଛନ୍ତି । 
ପ୍ରତି ବର୍ଷ ଜାନୁଆରୀ ମାସ ଠାରୁ ଏପ୍ରିଲ ମାସ ମଧ୍ଯରେ କିଛି ଲୋକ ପାହାଡରେ ନିଆଁ ଲଗାଇ ଦେଉଥିବା ଯୋଗୁ ଚାରା ଗଛ ସବୁ ନଷ୍ଟ ହେଉଯାଉଛି । ଆଉ କିଛି ବ୍ୟକ୍ତି ଜାଳକାଠ ସଂଗ୍ରହ ନାମରେ ଚାରା ଗଛ ଗୁଡିକୁ ହାଣି ନଷ୍ଟ କରିଦେଉଛନ୍ତି । ବଞ୍ଚିଥିବା ଗଛ ଗୁଡିକର ଯତ୍ନ ନେଇ ସେ ସବୁ ବଡ କରିବା ପାଇଁ ସୁରକ୍ଷା ଦେବା ନିମିତ୍ତ ବର୍ଷର ବିଭିନ୍ନ ସମୟ ଛାତ୍ରଛାତ୍ରୀମାନେ ଆସି ଗଛ ଗୁଡିକର ଯତ୍ନ ମଧ୍ୟ ନେଇଥାଆନ୍ତି । ନିୟମିତ ଭାବରେ କରୁଥିବା ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଆଜି ଅଧ୍ୟାପକ ସୁଧାଂଶୁ ଶେଖର ଧଡା ଏବଂ ଟିକାୟତ ନାୟକଙ୍କ ନେତୃତ୍ବରେ ମନୋଜ କୁମାର ଦଳେଇ, ରାଜେଶ୍ଵରୀ ନାୟକ , ଆଦିତ୍ଯ ନାରାୟଣ ପତି, ଦୀପ୍ତିମୟୀ ନାୟକ,ଶ୍ରୀୟଙ୍କା ସାହୁ ପ୍ରମୁଖ ବଞ୍ଚିଥିବା ଗଛ ଗୁଡିକ ମୂଳରୁ ଅନାବନା ଘାସ ଓପାଡି ସେ ସବୁର ଯତ୍ନ ନେଇଥିଲେ । ଏହି ଅବସରରେ ଖଣ୍ଡଗିରିର ଦକ୍ଷିଣ ପଶ୍ଚିମରେ ଥିବା ଏକା ପଥର ଉପରେ ଖୋଦିତ ଶିଳାଲିପି ଆବିଷ୍କାର କରିଥିଲେ ।

