ମହୁମାଛି ଆକ୍ରମଣରେ ଦୁଇ ପର୍ଯ୍ୟଟକ ଗୁରୁତ୍ବର

୨୧ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର,ଉଦୟଗିରି :- ମହୁମାଛି ଆକ୍ରମଣରେ ଦୁଇ ପର୍ଯ୍ୟଟକ ଗୁରୁତର ହୋଇ ଚନ୍ଦ୍ରଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ସୁଚନା ଯୋଗ୍ୟ ବୌଦ୍ଧ ଜିଲ୍ଲା ଅନ୍ତଗତ ହରଭଙ୍ଗୀ ଥାନା ଅଧୀନ ମଳିପଡା ଗ୍ରାମର ୮ ଜଣ ପର୍ଯ୍ୟଟକ ଦର୍ଶନୀୟସ୍ଥାନ ବୁଲିବାକୁ ଆର,ଉଦୟଗିରି ଥାନାର ମାଙ୍କଡଡିଆଁ ଜଳପ୍ରପାତକୁ ଆସିଥିଲେ । ଅପରାହ୍ନରେ ପ୍ରପାତରେ ସ୍ନାନ ସାରି ଗନ୍ତବ୍ୟ ସ୍ଥଳକୁ ଯିବା ସମୟରେ ହଠାତ୍ ମହୁମାଛି ଦଳ ଅତିକିତ ଆକ୍ରମଣ କରିଥିଲେ ।

ଏଥିରେ ପର୍ଯ୍ୟଟକ ଅମିତ କୁମାର ବଘାର ଓ ଚିନ୍ମୟ କୁମାର ସାମଲ ଗୁରୁତ୍ବର ଥିଲେ । ଏହି ଘଟଣା ପରେ ଅନ୍ୟ ସିଙ୍ଗମାନେ ସେମାନଙ୍କୁ ଉଦ୍ଧାର କରି ଗାଡିରେ ଉଭୟଙ୍କୁ ଚନ୍ଦ୍ରଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ଅବସ୍ଥା ଭଲ ରହିଛି । ସେହିପରି ଗତ ୧୭ ତାରିଖରେ ଖୋଦ୍ଧା ଜିଲ୍ଲାରୁ ମାଙ୍କଡଡିଆଁ ଜଳପ୍ରପାତକୁ ବୁଲିବାକୁ ଆସିଥିବା ୫ଜଣ ପର୍ଯ୍ୟଟକ ମଧ୍ୟ ମହୁମାଛି ଆକ୍ରମଣର ଶୀକାର ହୋଇଥିଲେ ।

Exit mobile version