କାଳବୈଶାଖୀର ତାଣ୍ଡବଲିଳା : ଦୁଲାଖାପାଟଣା ଷ୍ଟେସନ ନିକଟରେ ଗଛପଡି ଅଟକିଲା ‘ବନ୍ଦେ ଭାରତ ଟ୍ରେନ’ ଭାଙ୍ଗିଲା – ଲୋକ ପାଇଲଟ ସମ୍ମୁଖ କାଚ, ଯାତ୍ରୀ ସୁରକ୍ଷିତ ; ସ୍ବାଭାବିକ ପାଇଁ ଉଦ୍ୟମ ଜାରି

କାଳବୈଶାଖୀରେ ଭାଙ୍ଗିଲା କାଚ, ଯାଜପୁର ବୈତରଣୀ ରୋଡ୍‌ ନିକଟରେ ଅଟକିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ବନ୍ଦେ ଭାରତକୁ ଟାଣିବ ଡିଜେଲ ଇଞ୍ଜିନ |

୨୧ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) କୋରାଇ :- ଆଜି ଅପରାହ୍ନରେ ହଠାତ୍ ସୃଷ୍ଟି ହୋଇଥିଲା କାଳବୈଶାଖୀର ତାଣ୍ଡବ ଲିଳା । ବର୍ଷା ସହ ପ୍ରବଳ ଝଡ ତୋଫାନ ସୃଷ୍ଟି ହେବା ଯୋଗୁ କୋରାଇ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ସାଧୂତ ହୋଇଛି । କେରାଇ ବ୍ଲକ ଅନ୍ତର୍ଗତ ବହାଳୋ ପଂଚାୟତର ଦୁଲାଖାପାଟଣା ରେଳଷ୍ଟେସନ ନିକଟରେ ନୂତନ କରି ଚାଲୁଥିବା ‘ପୁରୀ-ହଡ଼ା ବନ୍ଦେ ଭାରତ’ ଏକ୍ସପ୍ରେସ ଯାତ୍ରା ସମୟରେ ହଠାତ ଏହି କାଳବୈଶାଖୀ ଯୋଗୁ ଏକ ଗଛ ଉପୁଡି ପଡିବାରୁ ଲୋକ ପାଇଲଟ ସାମ୍ନା କାଚ ଭାଙ୍ଗିବା ସହ ଟ୍ରେନର ଆଗପାଖ ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।  ବୈତରଣୀରୋଡ୍ରେ ଭୟଙ୍କର ବଜ୍ରାଘାତ ଯୋଗୁ ରେଳୱେ ବିଦ୍ୟୁତ୍ ତାର ଜଳିଯାଇଥିବା ବେଳେ ଶଙ୍ଖ ଗୁଡ଼ିକ ଭାଙ୍ଗି ଯାଇଛି । ଟ୍ରେନ୍ ବୈତରଣୀ ରୋଡ ପୋଲରେ ଅଟକି ରହିଛି ।ଗଛପଡିବା ଯୋଗୁ ଇଲେକ୍ଟ୍ରି ତାର ଛିଡିବା ସହ ଯାନ୍ତ୍ରିକ ତ୍ରୁଟି ପାଇଁ ଉଭୟପଟୁ ରେଳ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ସ୍ୱାଭାବିକ କରିବା ପାଇଁ ବିଭାଗ ପକ୍ଷରୁ ତ୍ବରିତ କାର୍ଯ୍ୟ ଜାରି ରହିଛି । ସମ୍ବାଦ ଲେଖାହେଲେ ବେଳକୁ ଟ୍ରେନ ଚଳାଚଳ ସ୍ବଭାବିକ ହୋଇନଥିବା ଜଣାପଡିଛି । ଏହି ଟ୍ରେନରେଥିବା କେହି ଯାତ୍ରୀ ଆହତ ହୋଇନଥିବା ବେଳେ ଦୁର୍ଘଟଣା ପରେ ଟ୍ରେନ ଡୋର ନବାହାରିବା ଯୋଗୁ ଯାତ୍ରୀମାନେ କିଛି ସମୟପାଇଁ ଭୟଭୀତ ହୋଇ ପଡିଥିଲେ । ଘଟଣା ସ୍ଥଳେ ବିଭାଗୀୟ ଅଧିକାରୀମାନେ ଓ ସ୍ଥାନୀୟ ଲୋକେ ରୁଣ୍ଡିଭୂତ ହୋଇ ସହଯୋଗ କରିଥିଲେ । ଆଜି ଏହି କାଳାବୈଶାଖୁର ପ୍ରଭାବ ବ୍ୟାପକଥ୍ବରୁ କୋରାଇ ବ୍ଳକର ବିଭିନ୍ନ ପଂଚାୟତରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଦେଖୁବାକୁ ମିଳିଛି । ଅନେକ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଗଛ ଗୁଡିକ ଉପୁଡି ପଡି ଯାତାୟାତରେ ବାଧା ଉପୁଜିଥିବା ବେଳେ ବ୍ଳକ ର ବିଭିନ୍ନ ପଂଚାୟତରେ ଇଲେକ୍ଟ୍ରି ତାର ଛିଡିବା ଓ ଖୁଂଟ ଉପୁଡିବା ଫଳରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଯାଇଛି । ଟ୍ରେନ୍‌ ନମ୍ବର ୨୨୮୯୬ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଅଧାରେ ଅଟକିଛି । କାଳବୈଶାଖୀ ଯୋଗୁଁ ଦ୍ରତଗାମୀ ଟ୍ରେନ୍‌ଟି ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ ନିକଟରେ ଅଟକିଛି। କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ୍‌ ଭାଙ୍ଗିଥିବା ସୂଚନା ମିଳିଛି । ଆଜି ଅପରାହ୍‌ଣ ୪ଟା ୩୫ରୁ ଟ୍ରେନ୍‌ଟି ଅଟକି ରହିଥିବା ଜଣାଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ବାହାରକୁ ଆସିଯାଇଛନ୍ତି ଏବଂ ଯାତ୍ରା ସ୍ୱାଭାବିକ ହେବା ସମୟକୁ ଅପେକ୍ଷା କରିଛନ୍ତି । ସୂଚନା ଅନୁସାରେ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ଅପରାହ୍‌ଣ ୧ଟା ୫୦ରେ ବାହାରିଥିଲା । ଏହା ଯାଜପୁରରୋଡରେ ୪ଟା ୩୦ରେ ପହଞ୍ଚିଥିଲା। ଏଠାରୁ ହାଓଡ଼ା ଅଭିମୁଖେ ଯିବା ସମୟରେ ଅପରାହ୍‌ଣ ୪ଟା ୩୫ରେ କାଳବୈଶାଖୀର ସାମ୍ନା କରିଥିଲା।

Exit mobile version