୨୧ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ମହାନଗର ନିଗମ ୫୬ ନମ୍ବର ୱ।ର୍ଡ଼ ସୁଭଦ୍ରାପୁର ଗ୍ରାମର ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠରେ ଶନିବାର ରାତିରେ ଉଦଘାଟିତ ହୋଇଛି ରାମଲୀଳା କାର୍ଯ୍ୟକ୍ରମ । ଏହା ତିନି ଦିନ ଧରି ଅନୁଷ୍ଠିତ ହେବ । ସୁଭଦ୍ରାପୁର ଗ୍ରାମର ସ୍ୱପ୍ନେଶ୍ୱର ରାମଲୀଳା ସମିତିର ସଭାପତି କୀର୍ତ୍ତି ଚନ୍ଦ୍ର ବିଶୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ
ସ୍ଥାନୀୟ କର୍ପୋରେଟର ଲିପସା ନାୟକଙ୍କ ସମେତ ଆଞ୍ଚଳିକ ରାମଲୀଳା ପ୍ରଚାର ସମିତିର ସମସ୍ତ କର୍ମକର୍ତ୍ତା, ସଭାପତି, ସଂପାଦକ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ବର୍ତ୍ତମାନ ସମାଜରେ କୁସଂସ୍କାର , ଅନ୍ୟାୟ, ଅତ୍ୟାଚାର ବଢ଼ିବାରେ ଲାଗିଛି । ଯାହାଫଳରେ ଯୁବ ସମାଜ ପଥଭ୍ରଷ୍ଟ ହେଉଛନ୍ତି । ରାମଲୀଳାରେ ଅନେକ ଶିକ୍ଷଣୀୟ କଥା ରହିଛି । ଭାତୃଭାବ ,ବାପା ମାଙ୍କୁ ଭଲପାଇବା, ସମାଜରେ ସମସ୍ତଙ୍କୁ ସମ୍ମାନ ଦେବାସହିତ ବଡ଼ମାନଙ୍କ ପ୍ରତି ଭକ୍ତି କରିବା ଆଦି ଶିଖିବାକୁ ମିଳିଥାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସ୍ୱପ୍ନେଶ୍ୱର ରାମଲୀଳା ସମିତିର କଳାକାର ମାନେ ହନୁହାତେ ମଲା ପାତାଳ ରାଜା ବା ମହିରାବଣ ବଧ ଲୀଳା ପରିବେଷଣ କରିଥିଲେ । ନିର୍ଦ୍ଦେଶନା ଦେଇଥିଲେ ଭାଗ୍ୟଧର ସାରେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଭାପତି କୀର୍ତ୍ତି ଚନ୍ଦ୍ର ବିଶୋଇ, ଉପ ସଭାପତି ସତ୍ୟ ରଞ୍ଜନ ଦାସ, ସଂପାଦକ ବିବେକାନନ୍ଦ ଦାସ । ଏଥିରେ ସୁଭଦ୍ରାପୁର ଗ୍ରାମର ସମସ୍ତ ଯୁବକ, ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ସହଯୋଗ କରିଥିଲେ ।

