ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର “ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ” ଉଦଯାପିତ – ବିଦ୍ୟୁତ୍ ବିଭାଗ ଚମ୍ପିଅନ

୨୦ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ସା)ଖୋର୍ଦ୍ଧାରୋଡ୍, ଦ୍ୱାରା ଆୟୋଜିତ “ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ” ଉଦଯାପିତ ହୋଇଯାଇଛି |  ବିଦ୍ୟୁତ୍ (ସାଧାରଣ ଓ ଟ୍ରାକ୍ସନ) ଏବଂ ଇଲେକ୍ଟ୍ରିକ୍ ଲୋକୋ ସେଡ୍,ଅନୁଗୁଳ ବିଭାଗ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବିଦ୍ୟୁତ୍ (ସାଧାରଣ ଓ ଟ୍ରାକ୍ସନ) ବିଭାଗ ଟୁର୍ନାମେଣ୍ଟରେ ବିଜୟ ହାସଲ କରିଛି | ଚଳିତ ମାସ ୧୨ ତାରିଖରେ ଖୋର୍ଦ୍ଧାରୋଡ୍ ରେଲୱେ ଷ୍ଟାଡିୟମରେ, ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଥିଲା | ଏହି ଟୁର୍ନାମେଣ୍ଟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ୧୨ଟି ବିଭାଗ ଅଂଶଗ୍ରହଣ କରିଥିଲେ | ସମସ୍ତ ବିଭାଗ ମଧ୍ୟରେ ମୋଟ ୧୨ଟି ଲିଗ୍ ମ୍ୟାଚ୍ ଏବଂ ଦୁଇଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା | ବିଦ୍ୟୁତ୍ (ସାଧାରଣ ଓ ଟ୍ରାକ୍ସନ)ଏବଂ ଇଲେକ୍ଟ୍ରିକ୍ ଲୋକୋ ସେଡ୍ ଅନୁଗୁଳ ବିଭାଗ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବିଦ୍ୟୁତ୍ ବିଭାଗ ୫ ୱିକେଟରେ ବିଜୟ ହାସଲ କରିଛି | ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ବିଜେତା ତଥା ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ ସହ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରି ବିଜେତା ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇଥିଲେ | ବିଦ୍ୟୁତ୍ ବିଭାଗର ଶ୍ରୀ ଆଇ ଏସ୍ ଗିରି, ମ୍ୟାନ୍ ଅଫ୍ ଦି ସିରିଜ୍ ଏବଂ ପ୍ରକାଶ ଚନ୍ଦ୍ର ସାହୁ,ମ୍ୟାନ୍ ଅଫ୍ ଦି ଫାଇନାଲ ମ୍ୟାଚ୍ ଟ୍ରଫି ହାସିଲ କରିଛନ୍ତି ।ଇଲେକ୍ଟ୍ରିକ୍ ଲୋକୋ ସେଡ୍, ଅନୁଗୁଳ ବିଭାଗର ଶ୍ରୀ ସୁନିଲ ପ୍ରସାଦ ଦଳାଇ, ଶ୍ରେଷ୍ଠ ବୋଲର ଟ୍ରଫି,ଶ୍ରୀ ସିପକ୍ ସିଂହ ଶ୍ରେଷ୍ଠ ଫିଲ୍ଡର ଟ୍ରଫି ଏବଂ ବିଦୁତ୍ ବିଭାଗର ଶ୍ରୀ ଆଇ ଏସ୍ ଗିରି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଟ୍ରଫି ହାସଲ କରିଛନ୍ତି | ଟୁର୍ନାମେଣ୍ଟର ସର୍ବୋତ୍ତମ ଅନୁଶାସନ ଦଳ ଭାବରେ ଅପରେଟିଂ ବିଭାଗକୁ ଟ୍ରଫି ପ୍ରଦାନ କରାଯାଇଛି । ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ (ଇକ୍ରୋ) ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ,ପୂର୍ବତଟ ରେଳ ମହିଳା କଲ୍ୟାଣ ସ°ଗଠନର ସଦସ୍ୟ,ଅନ୍ୟ ଶାଖା ଅଧିକାରୀ ଏବଂ କର୍ମଚାରୀ ମାନେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ. ଆନ୍ତର୍ବିଭାଗୀୟ ଦିବାରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ,ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳଙ୍କ ନେତୃତ୍ୱ ତଥା ନିର୍ଦ୍ଦେଶନାରେ ପରିଚାଳିତ ହୋଇଥିଲା | ସମସ୍ତ ଟୁର୍ନାମେଣ୍ଟ ଗୁଡ଼ିକ, କ୍ରୀଡ଼ା ସଚିବ ଏମ ଡି ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରିଥିଲେ ।

Exit mobile version