ବଜ୍ରାପାତରେ ଯୁବତୀ ମୃତ୍ୟୁ

୨୧ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- କାଳବୈଶାଖୀ ପ୍ରଭିବ ବଜ୍ରପାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲା ମୋହନା ବ୍ଳକର ଅନ୍ତଗତ ରାଇଗଣ୍ଡା ଗ୍ରାମର ଗାରତୀ ନାୟକ ନିଜ ଘରର ବାରଣ୍ଡରେ ବସି ମୋବାଇଲି ଦେଖୁଥିବା ବେଳେ ହଠାତ୍ ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା । ବଜ୍ରାଘାତ ତାକୁ ମିରିବା ଯୋଗୁ ସେ ଅଚେତା ହୋଇଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ପାଣିଗଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ଅବସ୍ଥା ଗୁରୁତ୍ବର ଥିବାରୁ ଡାକ୍ତର ତାଙ୍କୁ ମୋହନା ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ମୋହନା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଆର,ଉଦୟଗିରି ବ୍ଳକର ସୁଗାଡ ଗ୍ରାମର ପାବତୀ ଗମାଙ୍ଗ ବଜ୍ରଘାତରେ ଆହତ ହୋଇଛିନ୍ତି । ପାବତୀ ସ୍ବାମି ସହ ଆର,ଉଦୟଗିରିରୁ ବାଇକି ଗ୍ରାମକୁ ଫେରୁଥିବା ସମୟରେ ବଜ୍ରପାତ ହେଇଥିଲା ସେଥିରେ ଆହତ ହୋଇ ଗାଡିରୁ ପଡିଯାଇଥିଲେ । ପିବତୀକୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନେଇଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ବ୍ରହ୍ମପୁର ମେକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Exit mobile version