Home ଅପରାଧ ଓମାନରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା : ମୃତ୍ୟୁର ଛଅ ମାସ ପରେ ଫେରିଲା ମୃତଦେହ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୦ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ମୃତ୍ୟୁ ହେବାର ଦୀର୍ଘ ଛଅମାସ ପରେ ଗ୍ରାମକୁ ଫେରିଛି ଜଣେ ଓଡିଆ ଶ୍ରମିକଙ୍କ ମୃତଦେହ । ଆର୍ଥୀକ ସମ୍ବଳ ଅଭାବରୁ ପୁରୀ ସ୍ୱର୍ଗଦ୍ୱାରରେ ଶୁକ୍ରବାର ସନ୍ଧ୍ୟାରେ ପରିବାର ପକ୍ଷରୁ ଶେଷ ହୋଇଛି ଅନ୍ତିମ ସଂସ୍କାର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଣପୁର ଥାନା କୁମାରାଙ୍ଗ ବୀରକେଶପୁର ଗ୍ରାମରେ । ପରିବାର ପ୍ରତିପୋଷଣ ପାଇଁ ଗ୍ରାମର ଗୋପୀନାଥ ବିଶ୍ୱାଳଙ୍କ ପୁଅ ବାବୁଲି ବିଶ୍ୱାଳ (୪୭) ଦୀର୍ଘ ଦଶ ବର୍ଷ ହେବ ଓମାନ୍ ଦେଶର ଅଲ ଅଦ୍ରକ ଟ୍ରେଡିଙ୍ଗ ଏଣ୍ଡ କଣ୍ଟ୍ରାକ୍ଟିଂ କମ୍ପାନୀରେ ସହାୟକ ଭାବେ କାର୍ଯ୍ୟରତ ଥିଲେ । ଗତ ବର୍ଷ ନଭେମ୍ବର ୯ ତାରିଖରେ ବାବୁଲି ମୋବାଇଲ ଯୋଗେ ପରିବାର ସହ କଥା ହୋଇଥିଲେ । ବକେୟା ଦରମା ସମ୍ପର୍କରେ କମ୍ପାନୀର ମାନବ ସମ୍ବଳ ଅଧିକାରିଙ୍କ ସହ ଯୁକ୍ତିତର୍କ ହୋଇଥିବା ବିଷୟ ବାବୁଲି କହିଥିଲେ । ତେବେ ଦଶ ତାରିଖରେ ବାବୁଲି ଦଉଡି ଦେଇ ଆତ୍ମହତ୍ୟା କରିଥିବା ବିଷୟ କମ୍ପାନୀ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିଲା । ତୁରନ୍ତ ମୃତଦେହ ନେଇ ଯିବାକୁ କମ୍ପାନୀ କର୍ତ୍ତୃପକ୍ଷ କହିବା ସହ ନଚେତ ମୃତଦେହ ପୋତି ଦେବାକୁ ଧମକ ଦେଇଥିଲେ । ତେବେ ବାବୁଲିଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇପଡିଥିଲା ପରିବାର ।ଆତ୍ମହତ୍ୟା ଘଟଣାକୁ ସହଜରେ ବିଶ୍ୱାସ କରିପାରିନଥିଲେ ବାବୁଲିଙ୍କ ପରିବାର । ଏ’ନେଇ ବାବୁଲିଙ୍କ ପତ୍ନୀ ସଂଯୁକ୍ତା ବାଣପୁର ଥାନାରେ ଅଭିଯୋଗ କରିବା ସହ ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ମୃତଦେହ ବ୍ୟବଚ୍ଛେଦ କରାଇବା ପାଇଁ କମ୍ପାନୀ ଓ ସ୍ଥାନୀୟ ପ୍ରଶାସନୀକ ଅଧିକାରୀ ଏବଂ ଜନନେତାଙ୍କୁ ଆକୂଳ ଅନୁରୋଧ କରିଥିଲେ । ତେବେ ଦୀର୍ଘ ଛଅ ମାସ ପରେ ପୁରୀ ଜୀବନ ବିମା କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ଥାନୀୟ ଚମ୍ପାଦେଇପୁର ଗ୍ରାମର ସମାଜସେବୀ ବାବୁଲି ସାହୁ ପରିବାରଠାରୁ ସୂଚନା ପାଇ ଓମାନସ୍ଥିତ ଭାରତୀୟ ଦୂତାବାସ, ବୈଦେଶିକ ମନ୍ତ୍ରଣାଳୟ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ସମେତ ଓମାନସ୍ଥିତ ଓଡିଆ ସମାଜ କର୍ମକର୍ତ୍ତାଙ୍କ ସହ ଯୋଗସୂତ୍ର ରକ୍ଷା କରି ମୃତଦେହ ଓଡିଶା ଫେରାଇ ଆଣିବାକୁ ସକ୍ଷମ ହୋଇଛନ୍ତି । ଓମାନ ଓଡିଆ ସମାଜର କର୍ମକର୍ତ୍ତା ବଦ୍ରି ନାରାୟଣ ସୁବୁଦ୍ଧି ଏବଂ ପ୍ରଶାନ୍ତ ମହାପାତ୍ରଙ୍କ ସହଯୋଗରେ ଓମାନରେ ଏ’ନେଇ ଏକ ମକଦ୍ଦମା ରୁଜୁ ହେବା ସହ ବାବୁଲିଙ୍କ ଶବ ବ୍ୟବଚ୍ଛେଦ କରାଯାଇ ବିମାନ ସାହାର୍ଯ୍ୟରେ ଦିଲ୍ଳୀ ଏବଂ ଦିଲ୍ଳୀରୁ କୋଲକତା ପଠା ଯାଇଥିଲା । କୋଲକତାରୁ ଆମ୍ବୁଲାନ୍ସ ଯୋଗେ ଶୁକ୍ରବାର ସନ୍ଧ୍ୟାରେ ପୁରୀରେ ମୃତଦେହ ପହଞ୍ôଚବା ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏକମାତ୍ର ପୁଅ କିଶାନ ମୁଖାଗ୍ନି ଦେଇଥିଲେ । ତେବେ ରୋଜଗାରିୟା ସଦସ୍ୟକୁ ହରାଇ ହତାଶ ହୋଇପଡିଛି ୬ ଜଣିଆ ପରିବାର । ବାବୁଲିଙ୍କ ସ୍ୱଳ୍ପ ରୋଜଗାରରେ କୈାଣସି ମତେ ଚଳି ଯାଉଥିବା ବେଳେ ଅନାଥ ହୋଇପଡିଛନ୍ତି ବାବୁଲିଙ୍କ ବୃଦ୍ଧ ପିତାଙ୍କ ସମେତ ପତ୍ନୀ ଏବଂ ତିନି ଝିଅ ଓ ପୁଅ । ମୃତ୍ୟୁର ସଠିକ୍ କାରଣ ସମ୍ପର୍କରେ ତଦନ୍ତ କରିବା ସହ ବକେୟା ଦରମା ଏବଂ ବୀମା ରାଶୀ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ପତ୍ନୀ ସଂଯୁକ୍ତା । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026