ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁସୁପୁର ପଞ୍ଚାୟତ ରେ ବିଜେଡିର ମହାମିଶ୍ରଣ ପର୍ବ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା :- ବିଜେଡିର ମହାମିଶ୍ରଣ ପବ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁସୁପୁର ପଞ୍ଚାୟତ ରେ ବିଜେଡିର ମହାମିଶ୍ରଣ ପର୍ବ ପଲ୍ଲି କବି ସ୍ମୃତି ସଂସଦ ଠାରେ ବିଜେଡି ସଭାପତି ରାଜକିଶୋର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ର କର୍ଣ୍ଣଧାର ବିକାଶ ପୁରୁଷ ପୂର୍ବତନ ମନ୍ତ୍ରୀ ବିଧାୟକ ପ୍ରତାପ ଜେନା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ କୁସୁପୁର ସରପଂଚ ମମତା ସାହୁ ଓ ସମିତିସଭ୍ୟ ମେନକା ଦାସ ଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ମାହାଙ୍ଗା ର କର୍ଣ୍ଣଧାର ବିକାଶ ପୁରୁଷ ବିଧାୟକ ପ୍ରତାପ ଜେନା ଙ୍କ ବିକାଶ ଧାରା ରେ ଅନୁପ୍ରାଣିତ ହୋଇ ୨୦୦ ରୁ ଉର୍ଦ୍ଧ କର୍ମୀ ବିଜେପି ,କଂଗ୍ରେସ ଦଳ ଛାଡ଼ି ଆନୁଷ୍ଠାନିକ ଭାବେ ବିଧାୟକଙ୍କ ଉପସ୍ଥିତିରେ ବିଜେଡି ରେ ଯୋଗ ଦେଇଛନ୍ତି ।ଖୁସିର କଥା ଏମାନଙ୍କ ଯୋଗ ଦାନ ଫଳରେ କୁସୁପୁର ପଞ୍ଚାୟତରେ ବିକାଶ ଧାରା ତ୍ୱରାନ୍ୱିତ ହେବ ଓ ମିଶ୍ରଣ ପର୍ବରେ ଯୋଗ ଦେଇଥିବା ସମସ୍ତଙ୍କୁ ସୁବିଧା ସୁଯୋଗ ,ସହାୟତା ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରି ସମସ୍ତ ନ ୍ୱାଗତଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦ୍ୱାରା ସ୍ୱାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପା ମଲ୍ଲିକ,ଉପାଧ୍ୟକ୍ଷ ସତ୍ୟନାରାୟଣ ନନ୍ଦ,କୁସୁପୁର ବିଜେଡି ସଭାପତି ପଙ୍କଜ କୁ ସାହୁ,ପର୍ଯ୍ୟବେକ୍ଷକ ଭ୍ରମର ବର ରାଉତ,ଆଇନଜୀବୀ ଶ୍ରିବନ୍ତ୍ କୁମାର ଜେନା ,ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ସେଠୀ,ସୁସ୍ମିତା ଦାସ,ଜୋନ ସଭାପତି ନିରଞ୍ଜନ ପ୍ରଧାନ,ଜିଲ୍ଲା ଉପସଭାପତି ରୁଦ୍ରନାରାୟଣ ସିଂହ, ବିବେକାନନ୍ଦ ସାମନ୍ତ ରାୟ, ଶେଷଦେବ ସାହୁ,ମକରେନ୍ଦ୍ର ସାହୁ,ସୁରେଶ ଚନ୍ଦ୍ର ସହୁ , ପୁରୁଶୋତମ୍‌ ପାତ୍ର,ପ୍ରଦୀପ ପାତ୍ର,ସନ୍ତୋଷ ପରମାଣିକ,ମନୋରଞ୍ଜନ ରାଉତ ରାୟ, ଯୋଗ ଦେଇଥିଲେ,କୁସୁପୁର କୃଷି ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ରାଉତ ରାୟ ଧନ୍ୟ ବାଦ ଅର୍ପଣ କରିଥିଲେ । ପଞ୍ଚାୟତ ପକ୍ଷରୁ ଏକ ବୁଦ୍ଧଦେବଙ୍କ ପ୍ରତିମୂର୍ତ୍ତି ବିଧାୟକଙ୍କୁ ପ୍ରଦାନ କରାଯାଇ ଥିଲା । ସରପଂଚ ପ୍ରତିନିଧି ଶିବ ଶଙ୍କର ସାହୁ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ହେମନ୍ତ କୁମାର ଦାସ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ.

 

Exit mobile version