Home ଓଡ଼ିଶା ବିହାରରେ ଜାତିଭିତ୍ତିକ ଜନଗଣନା ମାମଲାରେ ନୀତୀଶ ସରକାରଙ୍କୁ ଝଟ୍କା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ ୧୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଦିଲ୍ଲୀ :- ବିହାରରେ ଜାତିଭିତ୍ତିକ ଜନଗଣନା ମାମଲାରେ ନୀତୀଶ ସରକାରଙ୍କୁ ଝଟ୍କା । ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ଲଗାଇଥିବା ରହିତାଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ବିହାର ସରକାର । ଆଉ ଏହି ମାମଲାରେ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି, ଯଦି ଏହି ମାମଲା ହାଇକୋର୍ଟରେ ଚାଲିଛି ତେବେ ଆମେ କାହିଁକି ଶୁଣାଣି କରିବୁ । ହାଇକୋର୍ଟରେ ଏହି ମାମଲା ଚାଲିଛି ଏବଂ ୩ ଜୁଲାଇରେ ଶୁଣାଣି ହେବ । ଏମିତିରେ ପ୍ରଶ୍ନ ଉଠୁଛି ଯେ ଆମେ କାହିଁକି ଏହି ମାମଲାରେ ହସ୍ତକ୍ଷେପ କରିବୁ..? ଜଷ୍ଟିସ୍ ଏଏସ ଓକା ଏବଂ ଜଷ୍ଟିସ୍ ରାଜେଶ ବିନ୍ଦଲ କହିଛନ୍ତି, ଆମେ ଏହି ମାମଲାରେ ଶୁଣାଣି କରିବୁ ନାହିଁ । କାରଣ ୩ ଜୁଲାଇରେହାଇକୋର୍ଟ ଶୁଣାଣି କରିବେ । ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରିବାକୁ ମନା ମଧ୍ୟ କରିନାହାଁନ୍ତି । ଅଦାଲତ ଏହା ମଧ୍ୟ କହିଛନ୍ତି, ‘ଯଦି ହାଇକୋର୍ଟ ୩ ଜୁଲାଇରେ ଏହି ରିଟ୍ ନିଆଯିବ ନାହିଁ ତେବେ ଆମେ ୧୪ ଜୁଲାଇରେ ଯାଚିକା ଉପରେ ବିଚାର କରିବୁ ।’ ଏହା ପୂର୍ବରୁ ବୁଧବାର ବିହାର ସରକାର ଏହି ଅପିଲ୍ ସହ ଜଷ୍ଟିସ ବିଆର ଗଭଇ ଏବଂ ଜଷ୍ଟିସ ସଞ୍ଜୟ କରୋଲଙ୍କ ଅଦାଲତ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସଞ୍ଜୟ କରୋଲ ଏହି ମାମଲାର ଶୁଣାଣିରୁ ନିଜକୁ ଅଲଗା କରିଥିଲେ । ବିଚାରପତି ସଞ୍ଜୟ କରୋଲ କହିଥିଲେ ସେ ଯେତେବେଳେ ପାଟନା ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ ସେତେବେଳେ ଏହି ମାମଲାର ଶୁଣାଣି କରିଥିଲେ । ଏମିତିରେ ପୁଣି ଥରେ ଏହି ମାମଲାରେ ଯୋଡ଼ି ହେବା ଠିକ୍ ହେବନାହିଁ । ସୁପ୍ରିମକୋର୍ଟରେ ବିହାର ସରକାରଙ୍କ ଓକିଲ ଶ୍ୟାମ ଦୀବାନ କହିଛନ୍ତି ‘ବିହାର ସରକାର ପୂର୍ବରୁ ହିଁ ନିଜ ସାଧନରେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିଦେଇଛନ୍ତି । ଏବେ ଏହା ଉପରେ ରହିତାଦେଶ ଲଗାଯାଇଛି । ଏହି ସର୍ଭେ ଖୁବ୍ ଜରୁରୀ । ଏହାଦ୍ୱାର ରାଜ୍ୟ ନିଜର ଜନକଲ୍ୟାଣ ନୀତି ପ୍ରସ୍ତୁତ କରିପାରିବ । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026