
ଓଡିଶା ତାଜା ନ୍ୟୁଜ୍ (୨୨ ଜୁନ୍ ସୋମବାର) ଭୁବନେଶ୍ୱର :– ଆଜି ପୁରୀରେ ରଥକୁ ବିଜେ ହେବେ ଆଜ୍ଞାମାଳ । ଏଥିପାଇଁ ନୀତି ନିଘଂଟ ନିର୍ଦ୍ଧାରିତ ହୋଇସାରିଛି । ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି – ଯଥା ରୀତିରେ ଆଜି ଆଜ୍ଞାମାଳ ଆସିବ । ଆଜ୍ଞାମାଳ ଆସିବାରେ ସୁପ୍ରିମକୋର୍ଟଙ୍କ ରାୟ ସହ କୌଣସି ସମ୍ପର୍କ ନାହିଁ ।
ଆଉ ଏଥିପାଇଁ ନୀତିନିଘଂଟ ସ୍ଥିର ହୋଇଛି । ସେ ଆହୁରୀ କହିଛନ୍ତି – ରାଜ୍ୟ ସରକାର ଚାହିଁଲେ ଅଡିନାନ୍ସ ଆଣି ରଥଯାତ୍ରା କରିପାରିବେ । ବଡ଼ କଥା ହେଉଛି ଦାସମହାପାତ୍ର କହିଛନ୍ତି, ଯଦି ଆଜ୍ଞାମାଳ ନଆସେ ତାହେଲେ ରଥଯାତ୍ରା ବନ୍ଦ ବୋଲି ଜାଣିବେ । ଏଥିସହ ବିନା ଭକ୍ତରେ ରଥଯାତ୍ରା କରିବାକୁ ଅନୁରୋଧ କରିଛନ୍ତି ସେବାୟତ ।
