୧୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟନା :- ଇଡିରେ ହାଜର ହେଲେ ରାବ୍ରି ଦେବୀ, ଜମି ବଦଳରେ ଚାକିରି ଦେବା ମାମଲାରେ ଗୁରୁବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ତ୍ରୀ ରାବ୍ରି ଦେବୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏହି ବିଷୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତାଙ୍କୁ ପଚରାଯିବାର ସମ୍ଭାବନା ରହିଛି । 
ପ୍ରକାଶ ଯେ, ଜମି ବଦଳରେ ଚାକିରି ଦେବା ମାମଲାରେ ଗତ ବର୍ଷ ମେ’୧୮ରେ ସିବିଆଇ ଏକ ମାମଲା ରୁଜୁ କରିଥିଲା । ୧୮ ଅକ୍ଟୋବରରେ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ ହୋଇଥିଲା ବେଳେ ୧୬ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା । ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ତାଙ୍କ ଓସିଡି ଥିବା ଭୋଳା ଯାଦବଙ୍କୁ ଏହି ମାମଲାରେ ସିବିଆଇ ଗିରଫ କରିଥିଲା । ଏହି ମାମଲାରେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ୩ ଥର ସିବିଆଇ ପଚରାଉଚରା କରିସାରିଛି ।

