ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି : ଭୁବନେଶ୍ୱର

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆଇପିଏସ୍ ସସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସରକାର ୫ ଜଣ ଏସ୍‌ପିଙ୍କ ସମେତ ମୋଟ ୧୮ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି । ମିତ୍ରଭାନୁ ମହାପାତ୍ର ହେଲେ ରାଉରକେଲା ଏସ୍‌ପି, ବି ଗଙ୍ଗାଧର ହେଲେ ମୟୁରଭଞ୍ଜ ଏସ୍‌ପି, ମୁକେଶ କୁମାର ଭାନୁ ହେଲେ ସମ୍ବଲପୁର ଏସ୍‌ପି, ନୀତିନ କୁଶଲକର ହେଲେ କେନ୍ଦୁଝର ଏସ୍‌ପି, ଋଷିକେଶ ଖିଲାରୀ ହେଲେ ବଲାଙ୍ଗୀର ଏସ୍‌ପି । ରାଜ୍ୟ ସରକାର ଏ.ଏମ୍ ପ୍ରସାଦଙ୍କୁ ସ୍ବତନ୍ତ୍ର ଡିଜି ଏଚ୍‌ଆରପିସି ପଦବିରେ ନିଯୁକ୍ତି ଦେଇଛନ୍ତି । ସେହିଭଳି ସୁଧାଂଶୁ ଷଡ଼ଙ୍ଗୀ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି । ରାଧାକୃଷ୍ଣ ଶର୍ମା ହେଲେ ଏଡିଜି ହେଡକ୍ୱାର୍ଟର, ସଞ୍ଜୟ କୁମାର ହେଲେ ଏଡିଜି ଆଇନ୍‌ଶୃଙ୍ଖଳା ଓ କମ୍ୟୁକେସନ୍‌, ଅଭିତାଭ ଠାକୁର ହେଲେ ପରିବହନ କମିଶନର, ଏସ୍ ଦେବଦତ୍ତ ସିଂହ ହେଲେ ଏଡିଜି ଅପେରସନ୍‌, ଦୟାଲ ଗଙ୍ଗାଧର ହେଲେ ଏଡିଜି ରେଲୱେ ଓ ତଟ ସୁରକ୍ଷା, ରାଜେଶ କୁମାର ଏଡିଜି ଆଧୁନିକୀକରଣ, ନରସିଂହ ଭୋଲ ହେଲେ ଅବକାରୀ କମିଶନର, ଆଶିଷ ସିଂହ ହେଲେ କେନ୍ଦ୍ରାଞ୍ଚଳ ଆଇଜି । ରାଜେଶ ପଣ୍ଡିତ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି । ଅଖିଲେଶ ସିଂହ ହେଲେ ଡିଆଇଜି ଏସ୍‌ଆଇଡବ୍ଲୁ, ଚରଣ ସିଂହ ମିନା ହେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ମୁତୟନ ହୋଇଛନ୍ତି ।

Exit mobile version