Home ଓଡ଼ିଶା ପାରଳାଖେମୁଣ୍ଡି ରେଳ ଷ୍ଟେସନଠାରେପୁରୀ–କୋଲକାତା (ହାୱଡା) ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆଭାଷୀ ମୋଡରେ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ପୁରୀ–କୋଲକାତା (ହାୱଡା) ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ ଆଜି ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦ୍ଵାରା ଆଭାଷୀ ମୋଡରେ ଅନୁଷ୍ଠିତ ହୋଇଛି । ଜଗନ୍ନାଥ ଧାମ ପୁରୀ ଠାରେ ଏହି ବର୍ଣ୍ଣାଢ଼୍ୟପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଆଜି ପାରଲାଖେମୁଣ୍ଡି ସ୍ଥିତ ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳ ଡିଭିଜନ ବିଶାଖାପାଟନାମ ପକ୍ଷରୁ ଏହାର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖାଇବା ଉଦ୍ଦେଶ୍ୟରେ ବହୁ ଆଡମ୍ବର ବ୍ୟବସ୍ଥା କରା ଯାଇଥିଲା । ବଡ଼ ଏଲ୍ଇଡି ଟିଭି ପରଦାରେ ଜନସାଧାରଣ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କ୍ରମ ଦେଖି ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବିଜେପି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ଶୁଭାରମ୍ଭ ସହିତ ଅନେକ ଷ୍ଟେସନର ପୁନଃ ଉନ୍ନତିକରଣ , ନୂତନ ରେଲଲାଇନ ଏବଂ ସମସ୍ତ ରେଳଷ୍ଟେସନ ବିଦ୍ୟୁତିକରଣ ଶିଳାନ୍ୟାସ ମଧ୍ୟ ଯଶଶ୍ଵି ପ୍ରଧାନମନ୍ତ୍ରୀ ଭର୍ତୁଆଲ ମୋଡରେ କରିଥିଲେ । ଏହି ଅବସରରେ ପୁରୀ ଠାରେ ଅନୁଷ୍ଠିତ ଏହି ଶୁଭ-ମୁହୁର୍ତ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ , କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ରେଳ ବିଭାଗ ଜେନେରାଲ ମ୍ୟାନେଜର ଶ୍ରୀ ମନୋଜ ଶର୍ମା ପ୍ରମୁଖ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ରହିଥିବା ବିଭିନ୍ନ ବ୍ୟବସ୍ଥା ଉପରେ ସେମାନଙ୍କ ବକ୍ତବ୍ୟ ରଖିଥିବା ଓ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଏହି ଉଦ୍ଦେଶ୍ୟରେ ଓଜସ୍ୱୀ ଅଭିଭାଷଣକୁ ଉପଭୋଗ କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପାରଳା ବାସୀ ଭୂୟସୀ ପ୍ରଶଂସା କରିବା ସହିତ ସାଧୁବାଦ୍ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳ ଡିଭିଜନର କମର୍ସିଆଲ ମ୍ୟାନେଜର ଶ୍ରୀ ଗଣେଶ ଥାପ୍ପା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ସିଦ୍ଧେଶ୍ୱର ମିଶ୍ର , ଶ୍ରୀ ଜଗନ୍ନାଥ ମହାପାତ୍ର , ଶ୍ରୀ ପ୍ରଶାନ୍ତ ପାଳ , ଶ୍ରୀ ଚିତ୍ରି ସିମାଦ୍ରି ପ୍ରମୁଖ ଯୋଗଦେଇ ଏହି ଉଦ୍ଦେଶ୍ୟରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 12, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026