ସୁଧାଂଶୁ ବାଳା ସାହୁ ନୂଆଗାଁ ବ୍ଲକ୍ ଟପ୍ପର

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :-  ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ୧୦୮୭ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଛନ୍ତି । ନୂଆଗାଁ ବ୍ଲକ୍ ବାହାଡ଼ ଝୋଲା ବାଳିକା ହାଇସ୍କୁଲ ର ଛାତ୍ରୀ ସୁଧାଂଶୁ ବାଳାସାହୁ ୫୫୫ ନଂ ରଖି ଏ ୧ ଗ୍ରେଡରେ ନୂଆଗାଁ ବ୍ଲକ୍ ଟପ୍ପର ହୋଇଛନ୍ତି । ସୋମନାଥ ବିଦ୍ୟାପୀଠ ହରିପୁର ର ଛାତ୍ର ରାଜେଶ କୁମାର ପ୍ରଧାନ ୫୪୯ ନଂ ରଖି ଦ୍ଵିତୀୟ ସ୍ର୍ତାନ ଅଧିକାର କରିଛନ୍ତି । ବାହାଡ ଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶୋଭ୍ଲାଲିନ ସାହୁ ୫୪୭ ଏବଂ ବକଳ ବନ୍ଧ ହାଇସ୍କୁଲ ର ଓମ୍ ପ୍ରକାଶ ବେହେରା ୫୪୭ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସୋମନାଥ ବିଦ୍ୟାପୀଠ ହରିପୁର ର ଛାତ୍ର ରୁଦ୍ର ନାରାୟଣ ମିଶ୍ର ୫୪୪ ନଂ ରଖି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ସୂଚନା ଅନୁଯାୟୀ ନୂଆଗାଁ ହାଇସ୍କୁଲ ରେ ୭୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୨ ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ, ଜଗନ୍ନାଥ ପ୍ରସାଦ ହାଇସ୍କୁଲ ରେ ୭୭ ରୁ ୭୭ , ଜନଶକ୍ତି ହାଇସ୍କୁଲ ଚାହାଳି ୪୯ ରୁ ୪୯ , ସମ୍ପଡା ଚିନ୍ତାମଣି ବିଦ୍ୟାପୀଠ ୬୧ ରୁ ୬୦ , ଵାହାଡ ଝୋଲା ହାଇସ୍କୁଲ ୨୭ ରୁ ୨୭ ଜଣ,କୋରଡ଼ା ପଞ୍ଚାୟତ ହାଇସ୍କୁଲ ୪୯ ରୁ ୪୮ ଜଣ,ଗ୍ରାମ ପଞ୍ଚାୟତ ହାଇସ୍କୁଲ ବେରୁଆବାରି ୫୮ ରୁ ୫୭ ଜଣ, ଜାକେଡା ୨୩ ରୁ ୨୩ ଜଣ ,ନୂଆଗାଁ ବାଳିକା ହାଇସ୍କୁଲ ୨୪ ରୁ ୨୩ ଜଣ, ମହିପୁର ହାଇସ୍କୁଲ ର ୮୬ ରୁ ୮୫ ଜଣ , ଡିମିରି ଝରି ୩୯ ରୁ ୩୮ ଜଣ, ବକଳବନ୍ଧ ହାଇସ୍କୁଲ ର ୮୪ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ୮୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ସଚିଦା ନନ୍ଦ ମିଶ୍ର,ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Exit mobile version