ବାହାରିଲା ମାଟ୍ରିକ୍ ରେଜଲ୍ଟ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- ଆଜି ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ ।କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୯୨୩ ମାଟ୍ରିକ ଦଶମ ,ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ଦିନ ୧୦ ଟାରେ ପ୍ରକାଶ ପାଇଥିଲା । ଚଳିତ ବର୍ଷ ପାସ୍ ହାରରେ ଆଗରେ ରହିଲେ ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ । ଏଥର ୯୭.୦୫ ପ୍ରତିଶତ ଛାତ୍ରୀଙ୍କର ରହିଛି ପାସ୍ ହାର । ଏପଟେ ଛାତ୍ରଙ୍କ ପାସ୍ ଅଛି ୯୫.୭୫ ପ୍ରତିଶତ । ଚଳିତ ବର୍ଷ ୫ ଲକ୍ଷ୍ୟ୨୭ ହଜାର ୩୭୪ ଜଣ ପରୀକ୍ଷା ଦେବା ପାଇଁ ଫର୍ମ ପୁରଣ କରିଥିଲେ ।ତେବେ ମୋଟ୍ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମପି କରାଯାଇଥିଲା ବେଳେ, ୫ଲକ୍ଷ୍ୟ ୮ ହଜାର ୪୦୪ଜଣ ପାସ୍ କରିଛନ୍ତି ।  ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧୫୮ ଜଣ ଏ-୧ ଗ୍ରେଡ଼ରେ ପାସ କରିଥିଲା ବେଳେ, ୨୯ ହଜାର ୮୩୮ ଜଣ ଏ -୨ ଗ୍ରେଡ଼ , ୭୭ ହଜାର ୫୬୭ ଜଣ ବି-୧ , ୧ ଲକ୍ଷ ୧୮ ହଜାର ୭୫୦ ଜଣ ବି-୨, ୧ ଲକ୍ଷ୍ୟ ୨୧ ହଜାର ୬୧୧ ଜଣ ସି, ୯୫ ହଜାର ୬ ଜଣ ଛାତ୍ରଛାତ୍ରୀ ଡି ଗ୍ରେଡ଼ ରେ ପାସ କରିଛନ୍ତି । ୬୧ ହଜାର ୪୭୪ ଜଣ ଇ ।ଫଳାଫଳ ପୁସ୍ତିକାକୁ ଉନ୍ମୋଚନ କରି ରେଜଲ୍ଟ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏହି ଉତ୍ସ ବରେବୋର୍ଡର ସଭାପତି ରମାମଣି ହାଜରା ଓ ଉପ ସଭାପତି ଡ଼କ୍ଟର ନିହାର ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ । ସବୁଠାରୁ ବଡ଼କଥା ହେଲା କଟକ-ଜଗତସିଂହପୁରରେ ମାଟ୍ରିକ୍ ରେଜଲ୍ଟ ସର୍ବାଧିକ ୯୭.୯୯ ପ୍ରତିଶତ ରହିଥିବାବେଳେ ମାଲକାନଗିରିରେ ସର୍ବନିମ୍ନ ୯୨.୬୮ ପ୍ରତିଶତ ପାସ୍ ହାର ରହିଛି ।

Exit mobile version