ଚାଲ ଯିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଦୂଷିତ ପାଣି ପିଇବା
ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ଦୂଷିତ ଜଳ ର ପାଣି ବଟଲ ବହୁମାତ୍ର ରେ ବିକ୍ରି ହୋଇଥିବାରୁ ହିଞ୍ଜିଳି ବାସୀଙ୍କର ଦେହ ଖରାପ୍ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି. ସରକାର କେବେ ଏହି ପାଣି ବଟଲ କୁ ବନ୍ଦ କରିବେ ତାହା ଜଣା ସାଧାରଣ ଅନାଇ ବସିଛନ୍ତି.
ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର କିଛି ପାଣି କାରଖାନା ଖୋଲିଥିବା ବେଳେ ନିକଟବର୍ତ୍ତୀ ଅଞ୍ଚଳରେ ଲୁଚା ଚୋରାରେ କିଛି ବ୍ୟବସାୟୀ ଫ୍ୟାକ୍ଟ୍ରି ଖୋଲି ବିପୁଳ ପରିମାଣର ପାଣି ବ୍ୟବସାୟ କରୁଥିବା ଜଣାପଡିଛି ।

୧୭ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :- ମାତ୍ର ୧୦ ଟଙ୍କାରେ ବଜାରରେ ମିଳୁଛି ପାଣି ବୋତଲ । ତାହା ମଧ୍ୟ ଅନାମଧେୟ ନାମରେ । ଯିଏ ଯେଉଁ ନାମ ଦେଲା ସେହି ନାମରେ ମାର୍କେଟିଂ କରି ବଜାରରେ ପାଣି ବୋତଲ ବିକ୍ରି ହେଉଛି । ସଂପୃକ୍ତ ପାଣି ବୋତଲ ଗୁଡିକରେ ମିନେରାଲ ଠାରୁ ଆରମ୍ଭ କରି ଭିଟାମିନ୍ ଯୁକ୍ତ ବୋଲି ମଧ୍ୟ ବଜାରରେ ବିକ୍ରି ହେଉଥିବା ବହୁ ପାଣି ବୋତଲ ଉପରେ ଲେଖା ହୋଇଥିବା ଦେଖିବାକୁ ମିଳିଛି । ୧ ଲିଟର ପାଣି ବୋତଲ ପିଛା ଖର୍ଚ୍ଚ ମାତ୍ର ୩ରୁ ୪ ଟଙ୍କା ଥିବା ବେଳେ ଦୋକାନୀଙ୍କୁ ୭ରୁ ୮ ଟଙ୍କାରେ ବିକ୍ରି ହେଉଛି । ଏବଂ ଗ୍ରାହକଙ୍କୁ ବିକ୍ରି କରିବା ବେଳେ ନାମ ଅନୁସାରେ ୧୦ରୁ୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି ।
