ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଡେ ପାଳିତ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖପ୍ରାଖୋଲ :- ଦିନ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡିଆପାଲି ଠାରେ ଆର୍ଟ ଅଫ ଗିଭିଂ ଡେ ଆଦିବାସୀ କଲ୍ୟାଣ ସଙ୍ଘ ବ୍ଲକ ସଭାପତି ବିପ୍ର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ହରିଶଂକର ବନାଞ୍ଚଲ ଅଧୀକାରି ଗିରିଧାରୀ ନାଗ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠିଶିକ୍ଷା ଅଧିକାରି ମିନିକେତନ ବରିହା, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀ ଶବର, ଶୁଶିଲ କୁମାର ପୋଢ ପ୍ରଧାନ ଶିକ୍ଷକ ପ୍ରକଲ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓଡିଆପାଲି ,

ସସ୍ମିତା ମାଝି ସରପଞ୍ଚ ବେନ୍ଦେର , ଚୌବନ ମାଝି ବ୍ଲକ ସଭାପତି ଗୋଁଣ୍ଡ ସମାଜ ଖପ୍ରାଖୋଲ , ଯଦୁମଣି ବରିହା ,ଧରମ ସିଂ ଧରୁଆ ,ଲେକୃ ଧରୁଆ, ଦୁର୍ଯୋଧନ ବରିହା ସତ୍ୟଭାମା ମାଝି ପ୍ରମୁଖ ମଂଚାସୀନ ଥିଲେ ।ଏହି ଅବସରରେ ବ୍ଲକର ବିଭିନ୍ନ ଗ୍ରାମର ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଛତା ଓ ପାଣି ବୋତଲ ପ୍ରଦାନ କରାଯାଇଥିବା ବେଳେ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ଖାତା , କଲମ ଓ ପୁସ୍ତକ ବଣ୍ଟନ କରା ଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଦୁଇ ଶତାଧିକ ଜନ ସାଧାରଣ ଯୋଗ ଦେଇ ଆଜି ଦିବସର ତାତ୍ପର୍ଯ୍ୟ ସଂପର୍କରେ ଅବଗତ ହୋଇଥିଲେ ଓ ଆଗାମୀ ଦିନରେ ଅନ୍ୟ ପଂଚାୟତରେ ଏଭଳି କାର୍ଯ୍ୟକ୍ରମ ରଖାଗଲେ ଉତ୍ତମ ହେବ ବୋଲି ମତ ବ୍ୟକ୍ତ କରିଥିଲେ।

Exit mobile version