ମନ୍ତ୍ରୀମଣ୍ଡଳ ଶପଥୋତ୍ସବ, ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ : କେଉଁମାନେ ମନ୍ତ୍ରୀ ହେବେ…?

୧. ଫେରୁଛନ୍ତି ମହାମହିମ ରାଜ୍ୟପାଳ , ରାଜଭବନ ଚଳଚଞ୍ଚଳ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-  ପ୍ରତୀକ୍ଷାର ଅନ୍ତ ଘଟିଛି . ପ୍ରସ୍ତୁତି ଶେଷ ହୋଇଛି . ତାଲିକା ଚୂଡାନ୍ତ ହୋଇଛି . ତେଣୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଖୁବଶୀଘ୍ର ହେବ .ସମ୍ଭବତ ଗୁରୁବାର ବା ଶୁକ୍ରବାର ନୂଆ ମନ୍ତ୍ରୀମାନେ ଶପଥ ନେବେ . ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ମୋହର ଲଗାଇଛନ୍ତି ଓ ହେଲେ ସରକାରୀ ଭାବେ କିଛି କୁହାଯାଇନାହିଁ . ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ସାପ୍ତାହ ଧରି ଛୁଟିରେ ଥିବା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା ମେ ୨୨ରେ ଭୁବନେଶ୍ୱର ଫେରିବାର ଥିଲା . ହେଲେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସେ ବୁଧବାର ସନ୍ଧ୍ୟା ୭ରେ ରାଜଭବନ ଫେରୁଛନ୍ତି . ଫେରିବା ପରେ ସେ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କାର‌୍ୟ୍ୟକ୍ରମରେ ଯୋଗଦାନ କରିବା ସହ ନୂଆ ମନ୍ତ୍ରୀଙ୍କୁ ଶପଥ ନେଇ ସ୍ଥିତି ପରଖିବେ . ତେବେ ମନ୍ତ୍ରୀମଣ୍ଡଳ ଶପଥ ଉତ୍ସବ ନେଇ ରାଜଭବନ ପକ୍ଷରୁ ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି . ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଓ ତେଣୁ ୨୦୨୪ ନିର୍ବାଚନକୁ ନଜର ଦେଇ ବହୁତ ଭାବିଚିନ୍ତି ‘ଟିମ ନବୀନ’ ତାଲିକା ପ୍ରସ୍ତୁତ କରିଛନ୍ତି .୧. ଅଧିକାଂଶ ମନ୍ତ୍ରୀଙ୍କ ବିଭାଗ ପଦଳିବ .
୨. ନୂଆ ମନ୍ତ୍ରୀ ଭାବେ ତିନି ଜଣ ଶପଥ ନେବେ .
୩. ଦ୍ଵିତୀୟରେ ବାଚସ୍ପତି ଭାବେ ପୁଣି ପ୍ରଦୀପ କୁମାର ଅମାତ ଫେରିବାର ସମ୍ଭାବନା ରହିଛି .
୪. ବରିଷ୍ଠ ବିଧାୟକ ଦେବୀ ମିଶ୍ର, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନାଁ ବି ଶୁଣାଯାଉଛି .

କେଉଁମାନେ ମନ୍ତ୍ରୀ ହେବେ ତାକୁ ନେଇ ଉଠିଛି ପ୍ରଶ୍ନ . ଚର୍ଚ୍ଚାନୁସାରେ ଲତିକା ପ୍ରଧାନ ମନ୍ତ୍ରୀ ହେବାର ସମ୍ଭାବନା ରହିଛି . ଖୁବଶୀଘ୍ର ସମ୍ଭାବ୍ୟ ତାଲିକା ଆମେ ଦେଉଛୁଟ୍ଟ

Exit mobile version