୧୭ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଜିଲ୍ଲା ଓ ବ୍ଲକ ପ୍ରଶାସନ କୁ ଗୁହାରି କରି ନିରାଶ ହେଲେ ଶେଷରେ ଗ୍ରାମର ହିତ ପାଇଁ ଗ୍ରାମ ପାଣ୍ଠି ରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଗ୍ରାମବାସି l ଏଭଳି ଏକ ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତ ର ବୁଡ୍ରିଙ୍ଗ୍ ଗ୍ରାମରେ, ସୂଚନା ପ୍ରକାରେ ୨୦୨୨-୨୩ ଆର୍ଥିକ ବର୍ଷ ରେ ଲେଖାରୀପଟା ଗ୍ରାମ ଠାରୁ ବୁଡ୍ରିଙ୍ଗ୍ ଗ୍ରାମ ଦେଇ ଡେଙ୍ଗାସଖାଲ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ହୋଇଥିଲା l ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହନ ଯାତାୟତ କରେ l 
ମୋହନା ସହର କୁ ଯିବା ପାଇଁ ମୋହନା ବ୍ଲକ ସମେତ ଆର. ଉଦୟଗିରି ବ୍ଲକ ର କିଛି ଗ୍ରାମ ର ଲୋକ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରନ୍ତି, କିନ୍ତୁ ଗ୍ରାମ ମଧ୍ୟ ଭାଗ ଦେଇ ରାସ୍ତା ଟି ଯାଇଥିବା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ର ଶିକାର ହୋଇଥାନ୍ତି ଗ୍ରାମ ର ଜନସାଧାରଣ, ବିଶେଷ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି ସ୍କୁଲ ଏବଂ ଅଙ୍ଗନୱାଡି କୁ ପାଠ ପଢିବା ପାଇଁ ଯାଉଥିବା ଛୋଟ ଛୋଟ ଛାତ୍ରଛାତ୍ରୀ l ତେଣୁ ଗ୍ରାମ ମଧ୍ୟଦେଇ ଯାଇଥିବା ରାସ୍ତା କୁ ଗ୍ରାମ ର ସ୍କୁଲ ପଛ ଭାଗ ରୁ ନେଇ ଗ୍ରାମ ବାହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ରେ ସଂଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ l

