Home ଓଡ଼ିଶା କାହା ସ୍ୱାର୍ଥରେ ରହିଛି ଜନତା ଶୌଚାଳୟ : ଶୌଚ ପାଇଁ ପାଣି ସଙ୍କଟ – ବାହାରୁ ବୋହିଆଣି କାମ ତୁଲାଉଛନ୍ତି ଲୋକେ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀରେ ଜନତା ଶୌଚାଳୟରେ ଜନ ହନ୍ତସନ୍ତ : ପରିଷଦ, ହିଞ୍ଜିଳିକାଟୁ ଦୈନିକ ହଜାର ହଜାର ଲୋକ ଏଠାକୁ ଆସୁଥିବା ବେଳେ ପାଖାପାଖି ୪ମାସ ଧରି ଶୌଚାଳୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ପ୍ରତ୍ୟହ ସକାଳ ୬ଟାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ନିୟମ ରହିଥିଲେ ମଧ୍ୟ ଅନିୟମିତତା ଲାଗି ରହିଛି । ପୂର୍ବରୁ ପରିଷଦର ଜଣେ କର୍ମଚାରୀ ସଂପୃକ୍ତ ଶୌଚାଳୟରେ ନିୟୋଜିତ ରହିଥିବା ବେଳେ ବର୍ତ୍ତମାନ ଶୌଚାଳୟରେ କୌଣସି କର୍ମଚାରୀଙ୍କ ଦେଖା ମିଳୁନାହିଁ । ୧୬ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ପରିଚିତ ଥିବା ହିଞ୍ଜିଳିକାଟୁ ସହର ଗତ ଅକ୍ଟୋବର ୨୦୧୮ରେ ପୌର ପରିଷଦ ଭାବେ ମାନ୍ୟତା ପାଇଲା । ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌର ପରିଷଦ ଭାବେ ଖ୍ୟାତି ଲାଭ ହେବା ପରେ ଏହାର ଭୌଗଳିକ ପରିସୀମା ନବକଳେବର ଲାଗି କୋଟ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହେଲା । ବିଭିନ୍ନ ଉନ୍ନୟନ ପ୍ରକଳ୍ପ ମଧ୍ୟରେ ସାଧାରଣ ଲୋକଙ୍କ ଆବଶ୍ୟକତା ଲାଗି ଅବସ୍ଥାପିତ ହେଲା ଜନତା ଶୌଚାଳୟ । ସହରର ପ୍ରାଣକେନ୍ଦ୍ର ତଥା ବ୍ୟବସାୟର ପେଣ୍ଠସ୍ଥଳୀ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ନିକଟରେ ଜନତା ଶୌଚାଳୟ ରହିଛି । ବିଭିନ୍ନ ସମୟରେ ରଙ୍ଗ, ମରାମତି,ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ପୌର ପରିଷଦରୁ ଅଟକଳ କରାଯାଇ ଖର୍ଚ୍ଚ କରାଯାଉଛି । ପୌର ପରିଷଦ କାର୍ଯ୍ୟାଳୟ ଠାରୁ ମାତ୍ର୧୦୦ ମିଟର ଦୂରତାରେ ଏହା ରହିଥିଲେ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ଦେଇ ଶୌଚାଳୟଟି ପରିଚାଳିତ ହେଉଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି । ଦୈନିକ ହଜାର ହଜାର ଲୋକ ଏଠାକୁ ଆସୁଥିବା ବେଳେ ପାଖାପାଖି ୪ମାସ ଧରି ଶୌଚାଳୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ପ୍ରତ୍ୟହ ସକାଳ ୬ଟାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ନିୟମ ରହିଥିଲେ ମଧ୍ୟ ଅନିୟମିତତା ଲାଗି ରହିଛି । ପୂର୍ବରୁ ସ୍ନାନ ଓ ଶୌଚ ସକାଶେ ଜଣଙ୍କ ପିଛା ୫ ଟଙ୍କା ଆଦାୟ ଲେଖାଏଁ ଶୁଳ୍କ କରାଯାଉଥିବା ବେଳେ ପରିଷଦ ଏବାବଦକୁ ଦୈନିକ ୨ ହଜାରରୁ ୨୫ଶହ ଟଙ୍କା ଆଦାୟ କରୁଥିଲା । ସେତେବେଳେ ପର୍ଯ୍ୟପ୍ତ ପରିମାଣର ଜଳ ମହଜୁଦ ରହିବା ସହ ପରିଷ୍କାର, ପରିଛନ୍ନତାକୁ ଗୁରୁତ୍ୱ ଦିଆଯାଉଥିଲା । ଦୀର୍ଘ ବର୍ଷ ଧରି ଏହା ବଜାୟ ରହିବା ସହିତ ପଥଚାରୀ, ଦୂର ଦୂରାନ୍ତରରୁ ଆସୁଥିବା ଯାତ୍ରୀ ମାନେ ଉପଯୁକ୍ତ ସେବା ପାଇପାରୁଥିଲେ । ସେତେବେଳେ ଶୌଚ ସକାଶେ ତିଳେ ସୁଦ୍ଧା କୁଣ୍ଠାବୋଧ ନକରି ବେଶ ଆରାମରେ ଦୀନଚର୍ଯ୍ୟା କରିବାରେ ସୁବିଧା ମଣୁଥିଲେ । ମାତ୍ର ୫ଟଙ୍କାର ସୂଲଭ ଦରରେ ମୌଳିକ ସେବା ପାଇପାରି ପୌର ପରିଷଦର ସେବା ପ୍ରତି ବିଶ୍ୱାସ ଓ ଭରସା ଅତୁଟ ରଖିଥିଲେ । ବର୍ତ୍ତମାନ କିଛି ମାସ ଧରି ଜନତା ଶୌଚାଳୟରେ ମୌଳିକ ସେବା ପାଇବାରେ ବ୍ୟାହତ ହୋଇଛି । ପର୍ଯ୍ୟାପ୍ତ ଜଳର ଅଭାବ ହେତୁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଜଣାପଡିଛି । ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ଭାବେ ଶୌଚାଳୟ ଗୃହ ଉପଲବ୍ଧ ଥିବା ବେଳେ ଆବଶ୍ୟକ ସେବା ଯୋଗାଇ ଦେବା ନିୟମ ରହିଛି । ନିୟମିତ ବ୍ୟବଧାନରେ ପରିଷ୍କାର ପରିଚ୍ଛନ୍ନତା ଓ ବ୍ୟବହାର ଉପଯୋଗୀ ରଖିବା ପରିବର୍ତ୍ତେ ପରିଷଦ ପକ୍ଷରୁ ଏଥିପ୍ରତି ଦୃଷ୍ଟି ପଡୁନଥିବା ସାଧାରଣରେ ଅଭିଯୋଗ ହେଉଛି। ଶୌଚାଳୟ ଭିତର ପରିସର ଅସ୍ୱାସ୍ଥ୍ୟକର ପରିବେଶ ଲାଗି ରହିଥିବା ବେଳେ ଶୌଚାଳୟ ବ୍ୟବହାର କରିବା ପାଇଁ ଯାଉଥିବା ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନସରେ । ପାଣି ଅଭାବରୁ ଦୁର୍ବନ୍ଧ ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ କାମ ସାରୁଥିବା ଜଣାପଡିଛି । ଏପରିକି ରାସ୍ତା ପ୍ବାର୍ଶରେ ରହିଥିବା ଲାଇନ୍ ପାଇପରୁ ବାଲଟି ଯୋଗେ ପାଣି ବୋହି କଷ୍ଟେମଷ୍ଟେ ସ୍ନାନ ଶୌଚ କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ପରିଷଦର ଜଣେ କର୍ମଚାରୀ ସଂପୃକ୍ତ ଶୌଚାଳୟରେ ନିୟୋଜିତ ରହିଥିବା ବେଳେ ବର୍ତ୍ତମାନ ଶୌଚାଳୟରେ କୌଣସି କର୍ମଚାରୀଙ୍କ ଦେଖା ମିଳୁନାହିଁ । ବର୍ତ୍ତମାନ ନିଜ କାମ ନିଜେ କର ନ୍ୟାୟରେ ଜନତା ଶୌଚାଳୟକୁ ଆସୁଥିବା ଲୋକଙ୍କୁ ଏହା କରିବାକୁ ପଡୁଛି । ସରକାରଙ୍କ ଦ୍ବାରା ବ୍ୟବହାରକାରୀଙ୍କ ଲାଗି ନିଶୁଳ୍କ ସେବା ଘୋଷଣା ପରଠାରୁ ହିଞ୍ଜିଳିକାଟୁ ଜନତା ଶୌଚାଳୟରେ ଏଭଳି ବିଷମ ପରିସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଲୋକଙ୍କ ପାଇଁ ସରକାର ଅତ୍ୟାବଶ୍ୟକ ସେବା ବ୍ୟବସ୍ଥା କରୁଥିବା ବେଳେ ଅନ୍ୟପଟେ ଜନତା ଶୌଚାଳୟରେ ଏହା ଅଣଦେଖା ହୋଇଥିବା ଜଣାପଡିଛି । କାହା ସ୍ୱାର୍ଥରେ ଜନତା ଶୌଚାଳୟ ରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ (ସହରାଞ୍ଚଳ)ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026 Vedanta Aluminium's Skill Development Initiative Upskills 1000 Plus Kalahandi Youths, Enabling Sustainable Livelihoods by Proprietor Abhimanyu Maharana September 24, 2026