ପ୍ରାକୃତିକ ଦୁର୍ବିପାକରୁ ଜନ ଜୀବନ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା

୧୬ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ପ୍ରାକୃତିକ ଦୁର୍ବିପାକରୁ ଜନ ଜୀବନ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଦିନରେ ବର୍ଷା ଓ ବନ୍ୟା ପରିସ୍ଥିତି ର ମୁକାବିଲା ସକାଶେ ଆଲୋଚନା ହୋଇଥିଲା ।

ଏଥିରେ ହୀରାକୁଦ ବନ୍ଧ ର ପଛୁଆ ଅଞ୍ଚଳ ଅମ୍ବାଭୋନା ବ୍ଲକ ଓ ବନ୍ୟାଞ୍ଚଳ ଭେଡେନ ବ୍ଲକ ରେ ସବୁ ପ୍ରକାର ପ୍ରସ୍ତୁତି ତଥା ଅନ୍ୟ ବ୍ଲକ ରେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ବନ୍ୟା ପରିସ୍ଥିତି ଶୁଦ୍ଧ ପାନୀୟ ଜଳ ଯୋଗାଣ, ପଶୁସମ୍ପଦ ର ସୁରକ୍ଷା, ଲୋକଙ୍କ ସ୍ବାସ୍ଥ୍ୟ, ଆବଶ୍ୟକ ଶୁଖିଲା ଖାଦ୍ୟ ପଦାର୍ଥ କିପରି ମହଜୁଦ ରଖିବା, ଅସ୍ଥାୟୀ ଶିବିର, ଡଙ୍ଗା ଅନ୍ୟାନ୍ୟ ବୋଟ ପ୍ରସ୍ତୁତ କରିବା,ଫସଲ କ୍ଷୟକ୍ଷତି ଆକଳନ ଆଦି ୧୮ଟି ବିଷୟରେ ଆଲୋଚନା କରିଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ କୃତି ବାସ ରାଉତ, ସିଇଓ ଆଦିତ୍ୟ କୁମାର ଗୋୟଲ, ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ ଉପ ଜିଲ୍ଲାପାଳ ସଦାକର କୁମ୍ଭାର, ଲଲାଟ ଲୁହା, ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ତହସିଲଦାର ଉପସ୍ଥିତ ଥିଲେ ।

Exit mobile version