Home ଓଡ଼ିଶା ଶାନ୍ତି ମେମୋରିଆଲ ହସ୍ପିଟାଲରେ ଲାପାରୋସ୍କୋପିକ୍ ଓ ଏଣ୍ଡୋସ୍କୋପିକ୍ କୋଅପରେଟିଭ୍ (ଏଲ୍ଇସିଏସ୍)ର ସଫଳ ଅସ୍ତ୍ରୋପଚାର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୬ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ନିକଟରେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଜଣେ ରୋଗୀଙ୍କଠାରେ ଏକାସଙ୍ଗେ ଲାପାରୋସ୍କୋପି ଓ ଏଣ୍ଡୋସ୍କୋପିର ସମ୍ମିଶ୍ରଣ କରାଯାଇ ଏଲ୍ଇସିଏସ୍ ନାମକ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି । ବାରମ୍ବାର ବାନ୍ତି ଓ ଯନ୍ତ୍ରଣାରେ ପୀଡିତ ଜଣେ ୫୮ ବର୍ଷୀୟ ପୁରୁଷ ରୋଗୀଙ୍କୁ କିଛି ଦିନ ତଳେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କର ଏକ ଅପର୍ ଜିଆଇ ଏଣ୍ଡୋସ୍କୋପି କରାଯାଇଥିଲା ଏବଂ ଏଥିରେ ଡୁଓଡେନମ୍ରେ ଏକ ପଲିପ୍ ଥିବା ଚିହ୍ନଟ ହୋଇଥିଲା । ରିପୋର୍ଟ ଏକ ନ୍ୟୁରୋ-ଏଣ୍ଡୋକ୍ରାଇନ୍ ଟ୍ୟୁମର୍ (ଏନ୍ଇଟି) ହୋଇଥିବା ସ୍ପଷ୍ଟ କରିଥିଲା ଯାହାର ଶରୀରକୁ କ୍ଷତି ପହଂଚାଇବାର ଉଚ୍ଚ ସମ୍ଭାବନା ରହିଥିଲା । ରୋଗୀଙ୍କଠାରେ ଏଣ୍ଡୋସ୍କୋପିଷ୍ଟ ଡଃ ଗୌତମ ନାଥ ଓ ଲ୍ୟାପ୍ ସର୍ଜନ୍ ଡଃ ଶ୍ରୀଜୟ ପଟ୍ଟନାୟକଙ୍କ ଏକ ଟିମ୍ ଏଲ୍ଇସିଏସ୍ର ପରିଚାଳନା କରିଥିଲେ ଏବଂ ଅସ୍ତ୍ରୋପଚାର ପଦ୍ଧତି ଖୁବ୍ କମ୍ ରକ୍ତ କ୍ଷୟ ସହିତ ସଫଳତାର ସହ ଶେଷ ହୋଇଥିଲା । ରୋଗୀଙ୍କୁ ୪୮ ଘଂଟା ପରେ ଡିସ୍ଚାର୍ଜ କରାଯାଇଛି ।ଏହି ବିରଳ ଅସ୍ତ୍ରୋପଚାର ସମ୍ପର୍କରେ ଡଃ ଶ୍ରୀଜୟ ପଟ୍ଟନାୟକ କହିଛନ୍ତି, ‘ଏହି ପଦ୍ଧତିର ଲାଭ ହେଉଛି ଯେ, ଏହା ଯେତେସମ୍ଭବ ଛୋଟ ଅଂଶ କାଟିବା ଏବଂ ଅଙ୍ଗବିକୃତି ସୃଷ୍ଟି ନକରି ପେଟ କିମ୍ବା ଡୁଓଡେନମ୍ର ଆନାଟୋମିକାଲ ଫଙ୍କ୍ଶନକୁ ସଂରକ୍ଷିତ ରଖିବା ପାଇଁ ଏହାକୁ ସମ୍ଭବ କରିଥାଏ । ଏହି ଅସ୍ତ୍ରୋପଚାର କମ୍ ସମୟ ନେଇଥାଏ ଏବଂ ଖୁବ୍ କମ୍ ରକ୍ତ କ୍ଷୟ ହୋଇଥାଏ । ଉତମ ଫଳାଫଳ ପାଇଁ ଅସ୍ତ୍ରୋପଚାର ପଦ୍ଧତିରେ ଅତ୍ୟାଧୁନିକ ବୈଷୟିକ ସୁବିଧାଗୁଡିକୁ କାର୍ଯ୍ୟକାରୀ କରି ଖୁବ୍ ଭଲ ଅନୁଭବ ହୋଇଥାଏ ।’ ସେହିପରି ଡଃ ଗୌତମ ନାଥ କହିଛନ୍ତି, ‘ପ୍ରାୟତଃ ସମସ୍ତ ମାମଲାରେ ଟ୍ୟୁମରଗୁଡିକୁ ସମ୍ପୂର୍ଣ୍ଣ ରୂପେ କାଟି ଦିଆଯାଇଥାଏ ଏବଂ ସମସ୍ତ ରିସେକ୍ଟେଡ୍ ନମୂନାଗୁଡିକରେ ସଠିକ୍ ନିଦାନ ସମ୍ଭବ ହୋଇଥାଏ । ଏହାଛଡା ଯଦି ଏହାକୁ କେବଳ ଏଣ୍ଡୋସ୍କୋପି କିମ୍ବା ଲାପାରାସ୍କୋପି ସହିତ କରାଯାଏ ତେବେ ତାହା ତୁଳନାରେ ଏହା ଏକ ସୁରକ୍ଷିତ ପଦ୍ଧତି ଅଟେ ।’ଏଲ୍ଇସିଏସ୍ (ଲାପାରୋସ୍କୋପିକ୍ ଓ ଏଣ୍ଡୋସ୍କୋପିକ୍ କୋଅପରେଟିଭ୍ ସର୍ଜରୀ) ହେଉଛି ଏକ ମିଳିତ ଅସ୍ତ୍ରୋପଚାର ପଦ୍ଧତି ଯେଉଁଥିରେ ଜଣେ ଲାପାରୋସ୍କୋପିକ୍ ସର୍ଜନ ଏବଂ ଜଣେ ଏଣ୍ଡୋସ୍କୋପିଷ୍ଟ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି, ଏହା ହେଉଛି ଏକ ନୂଆ କରି ବିକଶିତ ହୋଇଥିବା ପଦ୍ଧତି ଯାହାକୁ ପ୍ରଥମେ ହିକି ଏଟ୍ ଆଲ୍. (ଜାପାନ)ଙ୍କ ଦ୍ୱାରା ଅପର ଜିଆଇ ଟ୍ରାକ୍ଟରେ ଟ୍ୟୁମରର ଲୋକାଲ ରିସେକ୍ସନ ପାଇଁ କରାଯାଇଥିଲା । ଏଣ୍ଡୋସ୍କୋପିଷ୍ଟ ଓ ଲାପାରୋସ୍କୋପିଷ୍ଟମାନଙ୍କ ସହଯୋଗିତା ଏଲ୍ଇସିଏସ୍ ପଦ୍ଧତିଗୁଡିକର କାର୍ଯ୍ୟକାରିତା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026