ଭତ୍ତା ପାଉଥିବା ହିତାଧିକାରୀଙ୍କ ସମସ୍ୟା ଦୂରୀକରଣ ଉପରେ ଆଲୋଚନା

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ ପରିସରରେ ଥିବା ସଦଭାବନା ଗୃହରେ ଭତାସମ୍ପର୍କିତ ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବ୍ଲକ୍ ଉନ୍ନୟନ ଅଧିକାରୀ ସଚିଦା ନନ୍ଦ ମିଶ୍ର,ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ସ୍ବଦେଶ ଶତପଥି ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁ ଚରଣ ସାହୁ,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ଭତ୍ତା ପାଉଥିବା ହିତାଧିକାରୀଙ୍କ ବିଭିନ୍ନ ସମସ୍ୟା ଯେପରି ଟଙ୍କା ବ୍ୟାଙ୍କରୁ ନ ଉଠାଇ ପାରିବା, ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ,ଆଧାର ନବୀକରଣ, ବ୍ୟାଙ୍କ ମିତ୍ରଙ୍କ ସାହାଯ୍ୟ ରେ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇବା, ଶଯ୍ୟାଶାୟୀ ଲୋକଙ୍କୁ ଘରେ ଭତ୍ତା ଟଙ୍କା ଦେବା ଆଦି ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ, ସଭ୍ୟା,ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version