ନୂଆଗାଁ ବ୍ଲକ୍ ରେ ମିଶନ ବାତ୍ସଲ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ବ୍ଲକ୍ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ଆନୁକୂଲ୍ୟରେ ମିଶନ ବାତ୍ସଲ୍ୟ ,ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର,୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ,

ସିଡ଼ିପିଓ ସୁଭ୍ରକେଶି ମଲିକ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଶିଶୁ ସୁରକ୍ଷା, ବାଲ୍ୟବିବାହା , ପଞ୍ଚାୟତ ଏବଂ ଗ୍ରାମ୍ୟ ସ୍ତରରେ ବାଲ୍ୟବିବାହା କୁ ରୋକିବା, ଝିଅ ମାନଙ୍କୁ କିପରି ମାଗଣା ଶିକ୍ଷା ଦିଆଯିବ, ବାଳ ଅପରାଧୀ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ,ସଭ୍ୟା ଯୋଗ ଦେଇଥିଲେ ।

Exit mobile version