Home ଅପରାଧ କର୍ଣ୍ଣାଟକରେ କଂଗ୍ରେସ ଦଳର ବିଜୟ କୁ ନେଇ ଗଜପତି ଜିଲ୍ଲା କଂଗ୍ରେସ ଦଳର ବିଜୟ ଉତ୍ସବ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- କର୍ଣ୍ଣାଟକ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ତଥା ସଫଳତାକୁ ନେଇ ଆଜି ପାରଳାଖେମୁଣ୍ଡି ସହରରେ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ବିଜୟ-ଉତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଛିଏହିଅବସରରେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରା ଯାଇଥିଲା । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସର ବିପୁଳ ବିଜୟ ପାଇଁ ବିଭିନ୍ନ ନାରା ଦେବା ସହ ବାଣ ଫୁଟାଇ ଏବଂ ମିଠା ବାଣ୍ଟି ଉତ୍ସବ ମନାଇ ଥିଲେ । ଏହିପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଗମାଙ୍ଗ କହିଛନ୍ତି ଯେ , ଆଜି ସାରା ଭାରତରେ କଂଗ୍ରେସ ପାଇଁ ଏକ ଖୁସିର ଦିନକର୍ଣ୍ଣାଟକରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ପାର୍ଟି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ସେଥିପାଇଁ ଗଜପତି ଜିଲ୍ଲା କଂଗ୍ରେସ ଆଜି ପାରଳା ରେ ବିଜୟ ଉତ୍ସବ କରୁଛି । ଯେହେତୁ , କଂଗ୍ରେସ ସାରା ଭାରତରେ ଯେତେ ପ୍ରଦେଶ ରହିଛି , ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ନିଶ୍ଚିତ ଭାବେ ରାଜ୍ୟ ଦଖଲ କରିବୁ । ବର୍ତ୍ତମାନ କଂଗ୍ରେସର ପରିସ୍ଥିତି ବହୁତ୍ ଭଲ ଅଛି , କର୍ଣ୍ଣାଟକରେ ପୁଣି ରାଜ୍ୟ ଶାସନ ପାଇଁ ନିର୍ବାଚନ ସମୟରେ ବିଜେପି ତଥା ମୋଦୀ ସରକାର କେତେ ଯେ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି , ତାର ହିସାବ ନାହିଁ , ଯେତେ ଖର୍ଚ୍ଚ କରିଥିଲେ ମଧ୍ୟ କର୍ଣ୍ଣାଟକ ବାସୀ ତାର ଉଚିତ୍ ମୁହଁ-ତୋଡ ଜବାବ ଦେଇଛନ୍ତି । ସେମିତି ଭାବେ ଠିକ୍ ଜବାବ ଦେବେ , ଯେତେ ପ୍ରଦେଶ ରହିଛି ଏବଂ ଓଡ଼ିଶାରେ ମଧ୍ୟ ଆଗାମୀ ଦିନର ସାଧାରଣ ନିର୍ବାଚନରେ ଜନସାଧାରଣ ନିଶ୍ଚିତ ଭାବେ ବିଜେପି-ବିଜେଡିକୁ ଠିକ୍ ଜବାବ ଦେବେ , ଏଥିରେ ଦ୍ଵିମତ ନାହିଁ । ଆଗାମୀ ଦିନରେ କଂଗ୍ରେସ ତଥା ଶ୍ରୀ ରାହୁଲ ଗାନ୍ଧୀ ନିଶ୍ଚିତ ଭାବେ ଦେଶର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ , ଯାହାକି , ଆଜିଠାରୁ , କର୍ଣ୍ଣାଟକ ରାଜ୍ୟରୁ ହିଁ ଏହାର ସତର୍କ ଘଣ୍ଟି ବାଜିଲାଣି । ଯେଉଁ ରାଜ୍ୟ କି ବୁଦ୍ଧିଜୀବୀ ଅଞ୍ଚଳ ରାଜ୍ୟ ଓ ଜ୍ଞାନୀ ଗୁଣି , ଧନୀ ଓ ବିଭିନ୍ନ ଜାତିର ଲୋକେ ଅଛନ୍ତି ଏବଂ ଏହା ଆଇ-ଟି ସେକ୍ଟରର ଅଞ୍ଚଳ ଏବଂ ଭାରତ ବର୍ଷର ଏକ ମେରୁଦଣ୍ଡ ବୋଲି କହିଥିଲେ । ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସ ବିଭିନ୍ନ ପ୍ରଦେଶ ସମେତ ଓଡ଼ିଶା ରାଜ୍ୟରେ ମଧ୍ୟ ଭଲ ପ୍ରଦର୍ଶନ କରିବ , ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଦୃଢୋକ୍ତି ହୋଇ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ କମିଟିର ଶ୍ରୀ ବସନ୍ତ ପଣ୍ଡା , ପୁରୁଖା ନେତାଶ୍ରୀଅଭିମନ୍ୟୁ ପଣ୍ଡା , ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର , ଆଦିବାସୀ ନେତା ଶ୍ରୀ ବେର୍ଣିକ ଗମାଙ୍ଗ , ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଢ଼ୀ , ଶ୍ରୀ ସଂଗ୍ରାମ ସାହୁ , ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ , ଶେଖ୍ ପରବିନ ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ । Categories: ଅପରାଧ, ଓଡ଼ିଶା, ଦେଶ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026