Home ଓଡ଼ିଶା ଯାଜପୁର ଜିଲ୍ଲା ବିଜେଡ଼ିର ବହୁନେତା କଂଗ୍ରେସରେ ଯୋଗଦେଲେ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ମିଶ୍ରଣ ପର୍ବ ୧୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଶ୍ରୀମତୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡ଼ି କର୍ମୀ ଆଜି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସମସ୍ତଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ଏବଂ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ଶ୍ରୀମତୀ ଦେଓଙ୍କ ଯୋଗଦାନ କଂଗ୍ରେସକୁ ଯାଜପୁର ଜିଲ୍ଲାରେ ସୁଦୃଢ଼ କରିବ ।ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମନୋଜ ରାଉତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିସମସ୍ତଙ୍କୁ ସ୍ୱାଗତ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀମତୀ ଦେଓ କହିଲେ ଯେ ଆଗାମୀ ଦିନରେ କଂଗ୍ରେସ ସୁଦୃଢ଼ କରିବାରେ ମୁଁ ନିଷ୍ଠାପର ଭାବରେ ମୋର ଉଦ୍ୟମ ଜାରି ରଖିବି ବୋଲି ସେ କହିଥିଲେ । ଶ୍ରୀମତୀ ଦେଓଙ୍କ ସହ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଅନ୍ୟ ନେତୃବୃନ୍ଦ ହେଲେ ସର୍ବଶ୍ରୀ ସେକ୍ ଇମ୍ତିୟାଜ ଖାନ୍, ଏସ୍.କେ. ଅଲ୍ଲହାଜ ଅଲ୍ଲୀ, ମନୋଜ ଜେନା, ମଙ୍ଗୁମହାନ୍ତି, ଅନନ୍ତ ଘଡ଼େଇ, ନରେଶ ବେହୁରିଆ, ମମିତା ମଲ୍ଲିକ, ଅଲିଭା ଘଡ଼େଇ, ସନ୍ଧ୍ୟା ମଲ୍ଲିକ, ଦିପୁ ମଲ୍ଲିକ, ଗୋପାଳ ଜେନା ଓ ପ୍ରକାଶ ଦେଓ ପ୍ରମୁଖ । ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ମାନସ ଚୌଧୁରୀ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ, ଜାନକୀବଲ୍ଲଭ ପଟ୍ଟନାୟକ, ପୂର୍ବତନ ବିଧାୟକ ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା, ରଜନୀ ମହାନ୍ତି, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପ୍ରକାଶ ମିଶ୍ର, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ୍ ପାତ୍ର, ସୁବ୍ରତ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ, ଗୀତାଞ୍ଜଳୀ ମହାନ୍ତି, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଧି ଓ ଅମରେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମହାନଗର, ଯାଜପୁର, ରାଜନୀତି, ହୋମ୍ Related Content ଭୁବନେଶ୍ୱର, ରୋଡ -୮ ଜଗନ୍ନାଥ ନଗର ଲନ ଜୋନରେ ବଡ ଆଡମ୍ବରରେ ମା ଗଜଲକ୍ଷ୍ମୀ ପୂଜା ପାଳନ ହେଉଛି by Proprietor Abhimanyu Maharana October 26, 2026 କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ କୁମାର ଉତ୍ସବ : ଶିଳ୍ପୀଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ପରିବେଷଣ by Proprietor Abhimanyu Maharana October 26, 2026 ସ୍ୱାଧୀନତାର ଏତେ ବର୍ଷ ପରେ ବି ଅନ୍ଧାରରେ କୁମୁଟିପଙ୍କାଳ ଗାଁ, ବିଦ୍ୟୁତ ସଂଯୋଗକୁ ଅପେକ୍ଷା by Proprietor Abhimanyu Maharana October 26, 2026 ଯୁବ ଶିକ୍ଷାବିତ୍ ଙ୍କ ଜାତୀୟ ସ୍ତରରେ ସମ୍ମାନ by Proprietor Abhimanyu Maharana October 26, 2026 5 କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇକୁ ପୋଡି ନଷ୍ଟ କଲା ପୁଲିସ by Proprietor Abhimanyu Maharana October 26, 2026 ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବିରୁଡ଼ା ପଞ୍ଚାୟତରେ ସଫେଇ କାର୍ଯ୍ୟକ୍ରମ ଓ ଭୋଟ୍ ଚୋରି ବିରୋଧୀ ପଦଯାତ୍ରା by Proprietor Abhimanyu Maharana October 26, 2026