ଓଡ଼ିଶାରେ ୨,୨୪,୪୦୨ ଟି ନମୁନା କରାଯାଇଛି, ୫୧୬୦ ଜଣ ପଜିଟିଭ୍‌ ଚିହ୍ନଟ,୩୭୨୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ – ୧୪ ଜଣଙ୍କର ମୃତ୍ୟୁ ହୋଇଛି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା ଗତକାଲି ମଧ୍ୟରାତ୍ରି ସୁଦ୍ଧା – (ଓଡ଼ିଶାରେ ୨,୨୪,୪୦୨ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୧୬୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩୭୨୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୧୪ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧,୪୨୧ରହିଛି )

ଓଡିଶା ତାଜା ନ୍ୟୁଜ୍ (୨୧ ଜୁନ ୨୦୨୦ ରବିବାର) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଯୋଗ ଭାରତୀୟ ପରମ୍ପରାର ଅନନ୍ୟ ସଂପଦ । ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ସର୍ବୋତ୍ତମ ମାଧ୍ୟମ ଭାବରେ ଯୋଗ ଆଜି ସାରା ବିଶ୍ୱରେ ଆଦର ଲାଭ କରିଛି । ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିବା ସହ ମାନସିକ ଶାନ୍ତି ମିଳିଥାଏ । ଏହା ଦ୍ୱାରା ମାନସିକ ଚାପ, ଦୁଶ୍ଚିନ୍ତା ଓ ଅବସାଦରୁ ମୁକ୍ତି ମିଳିଥାଏ । ଜୀବନଶୈଳୀଜନିତ ବିଭିନ୍ନ ରୋଗର ସଫଳ ନିୟନ୍ତ୍ରଣରେ ମଧ୍ୟ ଏହା ସହାୟକ ହୋଇଥାଏ । ନିୟମିତ ଯୋଗାଭ୍ୟାସ କରି ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜର ଅବଦାନ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ମାତୃ ସ୍ୱାସ୍ଥ୍ୟସେବା ବିକାଶ କ୍ଷେତ୍ରରେ ପ୍ରସୂତୀ ଯାନ, ବାଇକ୍‌ ଆମ୍ବୁଲାନ୍ସ ଓ ଜନନୀ ଅଟୋର ପରିଚାଳନା ପାଇଁ ସ୍କଚ୍‌ ପୁରସ୍କାର ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ମାତୃସ୍ୱାସ୍ଥ୍ୟ ଉପରେ ଅଗ୍ରାଧିକାର ଦିଆଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ କ୍ଷେତ୍ରଭିତ୍ତିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପଯୋଗ ନିମନ୍ତେ ସ୍କଚ୍‌ ପୁରସ୍କାର ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ତୃଣମୂଳ ସ୍ତରରେ ଞ୍ଜଫଞ୍ଚଟ୍ଟ ; ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁି୩୯ ; ବିକାଶଧାରାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ବ୍ୟାପକ ଭାବରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୨୬୨୫ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫,୭୨,୨୭୧ ଜଣ ଫେରିଛନ୍ତି । ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁନ୍‌ ୨୦ରୁ ଜୁନ୍‌ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୯ ଟି ମାମଲା ଦାୟର କରାଯାଇଛି । ଏହି ସମସ୍ତ ମାମଲା ଲକ୍‌ ଡାଉନ୍‌ ସଂପର୍କିତ ଅଟେ । ବିଭିନ୍ନ ଅଭିଯୋଗରେ ୩୯ ଜଣଙ୍କୁ ଗିରଫ କରାଯାଇଛି ଜ୍ଜଟ୍ଟ ।

Exit mobile version