ଏକାମ୍ର ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୪୫,୬୧,୬୭, ଏବଂ ୬୫ ରେ ପ୍ରାୟ ଦୁଇ କୋଟି ଅଶି ଲକ୍ଷ ଟଙ୍କାର ପ୍ରକଳ୍ପକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଥିଲେ । ଏଥିମଧ୍ୟରୁ ୱାର୍ଡ ନଂ ୪୫ ଅନ୍ତର୍ଗତ କେନାଲ କଲୋନୀ ହୁଡା ସାହି,ବଡଗଡ କଲ୍ୟାଣ ମଣ୍ଡପ ପାଖ ରାସ୍ତା ଏବଂ ନାଳ ପାଇଁ ପ୍ରାୟ ୨.୩୫ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୱାର୍ଡ ନଂ ୬୧ ର ପ୍ରାୟ ୩୦ ଲକ୍ଷ ଟଙ୍କା ବିନିମୟରେ ଭିମେଶ୍ଵର ମନ୍ଦିର ନିକଟରେ ଏକ ନୂତନ ରାସ୍ତା ଓ ଫେଜ୍-୨ ଅଞ୍ଚଳ ରେ ପେଭର ବ୍ଲକ ରାସ୍ତା ଓ ଶିଶୁ ଉଦ୍ୟାନ ପାର୍କ ଠାରେ ପୋଲିସ ବୁଥ କୁ ଶ୍ରୀ ପଣ୍ଡା ଉଦଘାଟନ କରିଥିଲେ ।ପରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଦୁର୍ଗା ମଣ୍ଡପ କାର୍ଯ୍ୟ କୁ ଶିଳାନ୍ୟାସ କରିଥିଲେ । ସେହିପରି ୱାର୍ଡ ନଂ ୬୭ ରେ ୧୦ ଲକ୍ଷ ଟଙ୍କାରେ କପିଳପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ମଧ୍ୟ ଶୁଭ ଉଦଘାଟନ ହୋଇଥିଲା । ଶେଷରେ ୱାର୍ଡ ନଂ ୬୫ ର ଡୁମୁଡୁମା ଉଚ୍ଚ ବିଦ୍ୟାଳୟ ୧୬ ଲକ୍ଷ ଟଙ୍କାରେ ଅତିରିକ୍ତ ଶ୍ରେଣୀ ଗୃହର ଶିଳାନ୍ୟାସ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, କର୍ପୋରେଟର ଅମରେଶ ଜେନା,ଶିବ ନାରାୟଣ ରାୟ, ବିରଞ୍ଚି ନାରାୟଣ ମହାସୁପକା ର,ଅଜିତ ବେହେରା,ସନ୍ତୋଷ ସିଂ, ଛବି ଦାସ ପୂର୍ବତନ କର୍ପୋରେଟର ଛବି ଜେନା,କୃଷ୍ଣ ସେଠି,ନିରୁପମା ମହାପାତ୍ର,ପୂର୍ବତନ ପ୍ରଶାସକ କୃଷ୍ଣ ଚନ୍ଦ୍ର ବଡୁ,ବରିଷ୍ଠ ନାଗରିକ ଜଗନ୍ନାଥ ମହାପାତ୍ର,ତପନ ରାଉତ,ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version