Home ଓଡ଼ିଶା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ : ସମୀର ଦାସଙ୍କ ଉପରକୁ ଉଠିଲା ଅଙ୍ଗୁଳି – ଚାଲିଗଲା ମନ୍ତ୍ରୀ ପଦ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧. ସମୀର ମନ୍ତ୍ରୀ ପଦରୁ ଇସ୍ତଫା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ବାସ୍ତବରେ ଅନ୍ଧକାର ଭିତରୁ ଠେଲି ହୋଇଯାଇଛି ୧୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସମୀର ଦାସଙ୍କୁ ନେଇ କରାଯାଇଥିବା ଆକଳନ ସତ ହୋଇଛି, ତାଙ୍କ ରାଜନୈତିକ ଜୀବନରେ କଳାବାଦଲ ଛାଇ ଯାଇଛି । ସମୀରଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଛି । ମନ୍ତ୍ରୀ ପଦରୁ ଇସ୍ତଫା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ବାସ୍ତବରେ ଅନ୍ଧକାର ଭିତରୁ ଠେଲି ହୋଇଯାଇଛି, ଏଥିରେ ସନ୍ଦେହ ନାହିଁ । ପୁରୀ ଜିଲ୍ଲା ନିମାପଡାର ୧୧ ନମ୍ବର ଜୋନ ଜିଲ୍ଲାପରିଷଦ ଧର୍ମେନ୍ଦ୍ର ସାହୁଙ୍କୁ ଅକାଳ ମୃତ୍ୟୁ ପରେ ସେଠାରେ ଉପ-ନିର୍ବାଚନ ହୋଇଥିଲା । ଏହି ଜୋନରୁ କ୍ରମାଗତ ଭାବେ ବିଜେଡି ବିଜୟ ଲାଭ କରିଆସୁଥିଲା । ଗତ ୨ ତାରିଖରେ ଅନୁଷ୍ଠିତ ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଏକ ଲଜ୍ଜାଜନକ ଭାବେ ପରାଜିତ ହୋଇଛି । ବିଜେଡିର ଏଭଳି ପରାଜୟ ପାଇଁ ସ୍ଥାନୀୟ ନେତାମାନେ ସିଧାସଳକ ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରିଛନ୍ତି । ନିର୍ବାଚନ ମଣ୍ଡଳୀକୁ ଅଣଦେଖା କରିବା ଓ ଲୋକଙ୍କ ସହ ନରହିବାର ଏହା ପରିଣାମ ବୋଲି ସ୍ଥାନୀୟ ନେତା ମତ ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସମୀର ଦାସଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା । ଏସବୁ ଘଟଣାରେ ବିଜେଡି ବିବାଦୀୟ ହେବା ସହ ଦଳର ସମ୍ମାନହାନୀ ହୋଇଥିଲା । ବିଜେଡି ପାଇଁ ଏହା ସମ୍ମାନର କଥା ହୋଇଥିବାରୁ ଏହାକୁ ନେଇ ଦଳଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପୁରୀ ଜିଲ୍ଲା ବିଜେଡି ତଥା ରାଜ୍ୟର ଆଗଧାଡିର ନେତାମାନେ ଏହି ପରାଜୟକୁ ସହଜରେ ହଜମ କରିପାରୁନାହାନ୍ତି । ସମୀର ମଧ୍ୟ ଏହି ପରାଜୟ ପାଇଁ ସ୍ପଷ୍ଟ କାରଣ କହିପାରୁନାହାନ୍ତୁ । ତେଣୁ ଦଳ ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ, ନିମାପଡା ଲୋକେ ଆଉ ସମୀରଙ୍କୁ ଗ୍ରହଣ କରୁନାହାନ୍ତି । ସମୀର ପରୋକ୍ଷରେ ଏହି ପରାଜୟ ମାଧ୍ୟମରେ ଦଳକୁ ଲଜ୍ଜିତ କରିଛନ୍ତି । ଫଳସ୍ୱରୂପ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିବା କୁହାଯାଉଛି । ସେହିପରି ୨୦୨୨ରେ ହୋଇଥିବା ଅଦଳବଦଳରେ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ତାଙ୍କୁ ଶ୍ରମ ଓ କର୍ମଚାରୀ ବୀମା ବିଭାଗ(ରାଷ୍ଟ୍ରମନ୍ତ୍ରୀ-ସ୍ୱାଧୀନ) ମିଳିଥିଲା । ମାତ୍ର ମନ୍ତ୍ରୀ ଥିବା ବେଳେ ଶ୍ରୀକାନ୍ତ ନାମରେ ବିଜେଡି ଦଳର ଜଣେ ନେତ୍ରୀ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଦଳ ଓ ସରକାର ବିବାଦୀ ଘେରକୁ ଆସିଥିଲା । ଏହି କାରଣରୁ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଥିବା କୁହାଯାଉଛି । Categories: ଓଡ଼ିଶା, ମହାନଗର, ହୋମ୍ Related Content ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗ ପକ୍ଷ ରୁ ୯୫ ଚାଲାଣ, ୯ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ by Proprietor Abhimanyu Maharana July 1, 2026 କଟକ ୬ଷ୍ଠ ବାଟାଲିୟନ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ by Proprietor Abhimanyu Maharana July 1, 2026 ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana July 1, 2026 ନୟାଗଡ଼ ଜିଲ୍ଲାସ୍ତରୀୟ ପିଏମ ସ୍ଵ-ନିଧି ମହୋତ୍ସବ by Proprietor Abhimanyu Maharana July 1, 2026 ଘର ପୋଡ଼ି,ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ by Proprietor Abhimanyu Maharana July 1, 2026 ବରିଷ୍ଠ ସମାଜସେବୀ ତଥା ଠିକାଦାର ପଦ୍ମ ଚରଣ ପାଣିଗ୍ରାହୀଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ by Proprietor Abhimanyu Maharana July 1, 2026