
୧୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ;- ପୁରାଣ ପ୍ରସିଦ୍ଧ ପୁଣ୍ୟତୋୟା ପ୍ରାଚୀନଦୀ ପୂର୍ବତଟ କୁଦପାଟଣା ନିକଟ ମା ଆଦ୍ୟାଶକ୍ତି ଦ୍ଵାଦଶ ଭୂଜୀ ଦେବୀଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମା ଙ୍କ ଦର୍ଶନ ପାଇଁ ପ୍ରବଳ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥିଲା । ଦେବୀ ଭାଗବତ ରେ ଏହି ପ୍ରାଚୀନ ପୀଠ ସମ୍ପର୍କ ରେ ବିଶେଷ ଭାବେ ଉଲ୍ଲେଖ ରହିଛି । ସ୍ବର୍ଗତ ପଣ୍ଡିତ ଚତୃଭୁଜ ମିଶ୍ର ଙ୍କ ତତ୍ବାବଧାନରେ ଆରମ୍ଭ ହୋଇ ବର୍ତମାନ ପଣ୍ଡିତ ନରେନ୍ଦ୍ର ମହାପାତ୍ର ଙ୍କ ନେତୃତ୍ବରେ ମହାଯଜ୍ଞ କାର୍ଯ୍ୟ ସମ୍ପାଦନା କରାଯାଉଅଛି । କୁଦପାଟଣା ଗ୍ରାମର ମାୟାଧର ସାହୁ, ଶଶାଙ୍କ ଶେଖର ନାୟକ ,ଫଗୁ ବେହେରା ଏବଂ ପରିଡ ପାଟଣା ର ବାରଭୂଜା ପରିଚାଳନା କମିଟି ର ସଭାପତି ବେଣୁଧର ପାତ୍ର ଙ୍କ ନେତୃତ୍ବରେ ଏହି ଯଜ୍ଞ ସମ୍ପାଦନା କରାଯାଉଅଛି । ଏହି ଯଜ୍ଞ ଦୀର୍ଘ ୨୪ ବର୍ଷ ଧରି ଚାଲୁଅଛି ।

