୧୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :- କୃଷି ଓ କୃଷକଙ୍କ ଆର୍ଥିକ ବିକାଶ ଦିଗରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବହୁ କୃଷି ଭିତ୍ତିକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି।ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ କୃଷି ଋଣ, ଧାନବିହନ ଓ ସାର ରିହାତି ମୂଲ୍ୟରେ ଯୋଗାଇ ଦେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ନିର୍ଦ୍ଦେଶକୁ ଅଣଦେଖା ଓ ଟାଳଟୁଳ ନୀତି ଯୋଗୁଁ ସ୍ଥାନୀୟ ପୋୖରାଞ୍ଚଳ ସ୍ଥିତ ହିଞ୍ଜିଳି ସେବା ସମବାୟ ସମିତିରେ ପ୍ରାୟ ୫ବର୍ଷ ଧରି ବହୁ ସଂଖ୍ୟକ ଚାଷୀ ଧାନ ବିହନ ଓ ୟୁରିଆ ସାର ଚାଷୀ ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି।ସମିତି ସଭାପତି ସରୋଜ କୁମାର ପଣ୍ଡା ଓ ନିର୍ଦ୍ଦେଶକ ପବିତ୍ର ମୋହନ ପାଣିଗ୍ରାହୀଙ୍କ ସମେତ ସ୍ଥାନୀୟ ନେତୃମଣ୍ଡଳୀ ଚାଷୀକୁଳଙ୍କ ବୃହତ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି । 
ସେବା ସମବାୟ ସମିତି ପକ୍ଷରୁ ଶୁକ୍ରବାର ହିଞ୍ଜିଳି,ଆଙ୍କରଡା,ନୁଆଁଗଡ଼,କାଟୁ,ସୋମପୁର ଓ ପି. ରାମଚନ୍ଦ୍ରପୁର ଗ୍ରାମର ପ୍ରାୟ ୪ହଜାର ହେକ୍ଟରରେ ଧାନ ଚାଷ କରୁଥିବା ଚାଷୀଙ୍କ ଲାଗି ଉଦ୍ଦିଷ୍ଟ ଧାନ ବିହନ ଓ ୟୁରିଆ ସାର ରିହାତି ଦରରେ ପାଇବା ବ୍ୟବସ୍ଥା ଆରମ୍ଭ କରାଯାଇଛି । ସରକାରଙ୍କ ପକ୍ଷରୁ ସ୍ୱର୍ଣ୍ଣ ମସୁରୀ ଓ ପୂଜା ପ୍ରଜାତିର ଧାନର ବିକ୍ରି ମୁଲ୍ୟ ୭୩୦/-ଟଙ୍କା ରହିଥିବା ବେଳେ ସେଥରୁ ରିହାତି ଭାବେ ୨୫୦/-ଟଙ୍କା ପଞ୍ଜିକୃତ କୃଷକଙ୍କ ବ୍ୟାଙ୍କ ଖାତାକୁ ଯିବା ବ୍ୟବସ୍ଥା ରହିଛି ।ଏହା ବ୍ୟତୀତ ଡିଏପି ୟୁରିଆ ସାର ମଧ୍ୟ ଚାଷୀଙ୍କ ଲାଗି ମହଜୁଦ ରହିଛି ବୋଲି ସଭାପତି କହିଛନ୍ତି।
