Home ଓଡ଼ିଶା ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଦ୍ଵାରା “ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ” ଉଦ୍ଘାଟିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା), ଖୋର୍ଦ୍ଧାରୋଡ୍, ଦ୍ୱାରା, ରେଲୱେ ଷ୍ଟାଡିୟମ୍ ରେ “ଆନ୍ତର୍ବିଭାଗୀୟ ଦିବା,ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ” ଉଦ୍ଘାଟିତ ହୋଇଯାଇଛି | ଏହି ଟୁର୍ନାମେଣ୍ଟ ୧୯ ମଇ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ | ଖୋର୍ଦ୍ଧା ରୋଡ୍ ମଣ୍ଡଳ ର ୧୨ ଟି ବିଭାଗର ରେଳ କର୍ମଚାରୀ ଏହି ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି | ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ କୁ, ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟ ଏବଂ ପୂର୍ବତଟ ରେଲୱେ ର ମହିଳା କଲ୍ୟାଣ ସଂଗଠନ (ଇକ୍ରୋ) ଖୋର୍ଦ୍ଧାରୋଡ଼ ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା,ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣ ପଟ୍ଟନାୟକ , ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ ଏବଂ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ଖୋର୍ଦ୍ଧାରୋଡ଼, ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ ପ୍ରମୁଖଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣକାରୀ ଦଳମାନଙ୍କୁ ଶ୍ରୀ ରିଙ୍କେଶ ରୟ ଶୁଭେଚ୍ଛା ଜଣାଇବା ସହ କ୍ରୀଡ଼ା କାର୍ଯ୍ୟକଳାପ ଜାରି ରଖି, ସମସ୍ତଙ୍କୁ ଟିମ୍ ସ୍ପିରିଟ ଏବଂ ଦଳୀୟ ଭାବନା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ରିଙ୍କେଶ ରୟ ରେଲୱେ ଷ୍ଟାଡିୟମର ସ୍ଥାୟୀ ଉଜ୍ଜଳ ଆଲୋକ ବ୍ୟବସ୍ଥା ର ଉଦ୍ଘାଟନ କରିଥିଲେ । ବର୍ତ୍ତମାନ ରେଲୱେ ଷ୍ଟାଡିୟମରେ ୬ ଟି ହାଇମାଷ୍ଟ ସ୍ଥାପନ କରାଯାଇଛି, ଯୋଉଥିରେ କି ୧୦୦୦ ୱାଟ ର ୫୪ଟି ଏଲଇଡି ଲାଇଟ୍ ଲଗାଯାଇଛି | ଏହି ଉଜ୍ଜଳ ଆଲୋକ ବ୍ୟବସ୍ଥା ଆଗାମୀ ଦିନରେ ବିଭିନ୍ନ କ୍ରୀଡା କାର୍ଯ୍ୟ କଳାପ କରିବା ପାଇଁ ମଣ୍ଡଳକୁ ସାହାଯ୍ୟ କରିବ |ଆଜି ପ୍ରଥମ ଦିନର ପ୍ରଥମ ମ୍ୟାଚ ବାଣୀଜ୍ୟ ଏଵଂ ବିତ୍ତ ବିଭାଗ ମଧ୍ୟରେ ଏବଂ ଦ୍ଵିତୀୟ ମ୍ୟାଚ ମେଡିକାଲ ଏବଂ ମେକାନିକାଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ସମସ୍ତ ବିଭାଗ ମଧ୍ୟରେ ସମୁଦାୟ ୧୨ଟି ଲିଗ୍ ମ୍ୟାଚ୍ ହେବ | ଫାଇନାଲ ମ୍ୟାଚ୍ ୧୯ ମଇ ୨୦୨୩ ରେ ଅନୁଷ୍ଠିତ ହେବ | ସମସ୍ତ ଟୁର୍ନାମେଣ୍ଟ ଗୁଡ଼ିକ,କ୍ରୀଡ଼ା ସଚିବ ଏମ. ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧାରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ by Proprietor Abhimanyu Maharana June 17, 2026 ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ by Proprietor Abhimanyu Maharana June 17, 2026 ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା by Proprietor Abhimanyu Maharana June 17, 2026 ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ by Proprietor Abhimanyu Maharana June 17, 2026 ହାଇଟେକ୍ ରେ ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ପ୍ରତିରୋଧ ସଚେତନତା ଦିବସ ପାଳିତ by Proprietor Abhimanyu Maharana June 17, 2026 ନିଟ-ୟୁଜି ୨୦୨୬ ପରୀକ୍ଷା : ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana June 17, 2026